Saturday, March 7, 2026
Homeଖେଳଜୟ ବୁଢାରଜା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ମହୁଲପଡା ଦଳ ଚମ୍ପିୟାନ ପଲସାମାଲ ଦଳ ରାନସ୍...

ଜୟ ବୁଢାରଜା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ମହୁଲପଡା ଦଳ ଚମ୍ପିୟାନ ପଲସାମାଲ ଦଳ ରାନସ୍ ଅଫ ।

ନୂଆପଡ଼ା(ଡୋଲେଶ୍ଵର ବାଗ)-ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ କେରାପଦର ଓ ପଲସାମାଲ ଗ୍ରାମ ମିଲିତ ଆନୁକୂଲ୍ୟରେ ଅନୁଷ୍ଠିତ ଜୟ ବୁଢାରଜା ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଅଛି। ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ମୁଖ୍ଯ ଅତିଥି ଭାବରେ ଲମ୍ବୋଦର ନିଆଁଲ ଯୋଗଦାନ କରି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।

ଫାଇନାଲ ମ୍ୟାଚ ରେ ମହୁଲପଡା ଦଳ ପଲସାମାଲ ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ମହୁଲପଡା ଦଳ ପଲସାମାଲ ଦଳ କୁ ୨-୦ ରେ ପରାସ୍ତ କରି ଚମ୍ପିୟାନ ହୋଇଅଛି। ଆୟୋଜକ କମିଟି ର ସମସ୍ତ ସଦସ୍ଯ ତଥା ଦୁଇ ଦଳ ର ସମସ୍ତ ଖେଳାଳି ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

error: Content is protected !!