Saturday, March 7, 2026
Homeଖେଳଜୟ ବୁଢ଼ାରଜା କ୍ରିକେଟ୍ କପ୍: ବରତୁଣ୍ଡାକୁ ହରାଇ ସେମିରେ ମାଣ୍ଡୋସିଲ ।

ଜୟ ବୁଢ଼ାରଜା କ୍ରିକେଟ୍ କପ୍: ବରତୁଣ୍ଡାକୁ ହରାଇ ସେମିରେ ମାଣ୍ଡୋସିଲ ।

ପାଇକମାଲ-ପାଇକମାଲ ବ୍ଳକ ମାଣ୍ଡୋସିଲ ପଞ୍ଚାୟତ ଭୂତମୁଣ୍ଡାରେ ଚାଲିଥିବା ୫ତମ ଜୟ ବୁଢ଼ାରଜା କ୍ରିକେଟ୍ କପରେ ଚତୁର୍ଥ ଦିନରେ ୫ଟି ମ୍ୟାଚ ଖେଲାଯାଇଛି। ପ୍ରଥମ ମ୍ୟାଚ ଧାରୋଲ ଓ ବରତୁଣ୍ଡା ମଧ୍ୟରେ ବରତୁଣ୍ଡା ବିଜୟୀ ହୋଇଥିଲା। ଦ୍ବିତୀୟ ମ୍ୟାଚରେ ସାଇପଲା ଓ ବରତୁଣ୍ଡା ମଧ୍ୟରେ ବରତୁଣ୍ଡା ବିଜୟୀ ହୋଇଥିଲା। ତୃତୀୟ ମ୍ୟାଚରେ ଝିଟିକି ଓ ମାଣ୍ଡୋସିଲ ମଧ୍ୟରେ ମାଣ୍ଡୋସିଲ ବିଜୟୀ ହୋଇଥିଲା। ଚତୁର୍ଥ ମ୍ୟାଚରେ ପତ୍ରାଗୁଡା ଓ ମାଣ୍ଡୋସିଲ ମଧ୍ୟରେ ମାଣ୍ଡୋସିଲ ବିଜୟୀ ହୋଇଥିଲା। ପଞ୍ଚମ ମ୍ୟାଚରେ ବରତୁଣ୍ଡା ଓ ମାଣ୍ଡୋସିଲ ମଧ୍ୟରେ ଖେଳାଯାଇଥିବା କ୍ୱାର୍ଟର ଫାଇନାଲରେ ମାଣ୍ଡୋସିଲ ବିଜୟୀ ହୋଇ ସେମିଫାଇନାଲ ପ୍ରବେଶ କରିଛି। ଯଦୁମଣି ମାଝୀ, ଆକାଶ ମାଝୀ ଓ ଜୟକାନ୍ତ ମାଝୀ ଖେଳ ପରିଚାଳନା କରିଥିଲେ।

ଆଶିଷ କୁମାର ସାହୁ ସ୍କୋରର ଥିବା ବେଳେ ସୌମ୍ୟରଞ୍ଜନ ମହାନ୍ତି ଧାରାବିବରଣୀ ପ୍ରଦାନ କରିଥିଲେ। ପୁରସ୍କାର ବିତରଣୀ ଉତ୍ସବରେ ସ୍ବତନ୍ତ୍ର ଅତିଥି ଭାବରେ ମାଣ୍ଡୋସିଲର ବିଶିଷ୍ଟ ସମାଜସେବୀ ମହେନ୍ଦ୍ର କୁମାର ଖୁଣ୍ଟିଆ ଓ ସମ୍ମାନିତ ଅତିଥି ଭାବରେ ମାଣ୍ଡୋସିଲର ସମିତି ସଭ୍ୟ ଗୁଲାମ ରସୁଲ ରଙ୍ଗରେଜ, ମିହିର ମହାନ୍ତି, ଅଜିତ ପ୍ରଧାନ, ଭଗବାନ ମାଝୀ, ସନ୍ତୋସ ପ୍ରଧାନ ଯୋଗଦେଇ ପୁରସ୍କୃତ କରିଥିଲେ। ନୂତନ ନାଗ, ଆଦର୍ଶ ବିଶ୍ବାଳ, ଆକାଶ ସାହୁ, ସୌରଭ ପଟେଲ, ପିଣ୍ଟୁ ଧରୁଆ, ଗୌରବ ମାଝୀ, କ୍ରିଷ୍ଣା ପ୍ରଧାନ,ପପୁ ମାଝୀ ପ୍ରମୁଖ ପରିଚାଳନା ସହଯୋଗ କରିଥିଲେ।

error: Content is protected !!