ପଦ୍ମପୁର-ଜଗଦଳପୁର ସ୍ଥିତ ଜ୍ଞାନ ଭାରତୀ ଗୁରକୁଳ ରେ ପ୍ରଧାନ ଶିକ୍ଷକ ସାଧୁ ଚରଣ ବରିହା ଙ୍କ ସଭାପତିତ୍ୱ ରେ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏହି ସଭା ରେ ମୁଖ୍ୟ ଅତିଥି ଭାବେ ଅଞ୍ଚଳ ମହାବିଦ୍ୟାଳୟ ର ଅବସର ପ୍ରାପ୍ତ ଅଧ୍ୟାପକ ଡକ୍ଟର ବାଞ୍ଛାନିଧି ପଣ୍ଡା ଏବଂ ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଦିବ୍ୟ କିଶୋର ପଣ୍ଡା ଯୋଗଦାନ କରିଥିଲେ l ଡକ୍ଟର ପଣ୍ଡା ସାମ୍ପ୍ରତିକ ପରିସ୍ଥିତି ରେ ପରିବାର ର ପରିଚାଳନା ତଥା କୁଟୁମ୍ବ ପ୍ରବୋଧନ ରେ ମା ମାନଙ୍କ ଭୂମିକା ବିଷୟରେ ବର୍ଣ୍ଣନା କରିଥିଲେ l ଗୁରୁକୁଳ ର ଗୁରୁମା ଭାରତୀ ସରାଫ ଅତିଥି ପରିଚୟ କରିଥିବା ବେଳେ ଗୁରୁମା ଯଂଜ୍ଞ ସେନି ବେରିହା ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମ ରେ ୯୦ ଜଣ ମା ଯୋଗଦାନ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ରଶ୍ମିତା ଦାଶ, ପୂଜା, ଯଶୋଦା, ଦୀପାଞ୍ଜଳି ଗୁରୁମା ଏବଂ ଅନ୍ୟ ମାନେ ସାହାଯ୍ୟ କରିଥିଲେ l



