Saturday, March 7, 2026
Homeଖେଳଜୋନାଲ ଫରେଷ୍ଟ ସ୍ପୋର୍ଟସ ମିଟ:ଲିଜି ମହାପାତ୍ରଙ୍କୁ ସ୍ବର୍ଣ୍ଣ ପଦକ ।

ଜୋନାଲ ଫରେଷ୍ଟ ସ୍ପୋର୍ଟସ ମିଟ:ଲିଜି ମହାପାତ୍ରଙ୍କୁ ସ୍ବର୍ଣ୍ଣ ପଦକ ।

ଗାଇସିଲେଟ-ସମ୍ବଲପୁର ସ୍ଥିତ ଭିଏସଏସ ଷ୍ଟାଡିୟମରେ ଦୁଇଦିନ ଧରି ଚାଲିଥିବା ଜୋନାଲ ଫରେଷ୍ଟ ସ୍ପୋର୍ଟସ ମିଟ୍ ର ଡିସକସ୍-ଥ୍ରୋ ପ୍ରତିଯୋଗିତାରେ ୧୯.୪୭ ମିଟର ଲମ୍ବା ଫିଙ୍ଗି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଗାଁର ଦେବତା ପରିବାର ବହୂ ଶ୍ରୀମତୀ ଲିଜି ମହାପାତ୍ର।ସେ ସ୍ବର୍ଣ୍ଣ ପଦକ ହାସଲ କରିବା ସହ ରାଜ୍ୟସ୍ତରୀୟ କ୍ରୀଡା ପ୍ରତିଯୋଗିତା କୁ ଉନ୍ନୀତ ମଧ୍ୟ ହୋଇଛନ୍ତି।

ବନରକ୍ଷୀ ଶ୍ରୀମତୀ ଲିଜି ମହାପାତ୍ର ବର୍ତ୍ତମାନ ପଦ୍ମପୁର ବନାଞ୍ଚଲରେ କାର୍ଯ୍ଯରତ ଅଛନ୍ତି। ସମ୍ବଲପୁର ଓ ରାଉରକେଲା ଜୋନର ୧୨ଟି ଡିଭିଜନକୁ ନେଇ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସେହିପରି ବନରକ୍ଷୀ ସୁପ୍ରିୟା ଭୋଇ ମଧ୍ୟ ଲମ୍ବ ଡିଆଁରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।ବରଗଡ ଡିଏଫଓ ବିକ୍ରମଦେବ ପଟ୍ଟନାୟକଙ୍କ ସହ ସମସ୍ତ ଅଧିକାରୀ ଏବଂ କର୍ମଚାରୀ ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

error: Content is protected !!