ପଦ୍ମପୁର– ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମବାର୍ଷିକୀକୁ ସମ୍ମାନ ଜଣାଇ ପ୍ରତିବର୍ଷ ନଭେମ୍ବର ୧୪ ତାରିଖରେ ସାରା ଭାରତରେ ଶିଶୁ ଦିବସ ପାଳନ କରାଯାଏ। ସେ ପିଲାମାନଙ୍କୁ ବହୁତ ଭଲ ପାଉଥିଲେ ଏବଂ ସେମାନେ ଦେଶର ଭବିଷ୍ୟତ ବୋଲି ବିଶ୍ୱାସ କରୁଥିଲେ। ତାଙ୍କର ଯତ୍ନବାନ ଏବଂ ସ୍ନେହପୂର୍ଣ୍ଣ ସ୍ୱଭାବ ଯୋଗୁଁ ପିଲାମାନେ ତାଙ୍କୁ ସ୍ନେହରେ “ଚାଚା ନେହେରୁ” ବୋଲି ଡାକୁଥିଲେ। ପଦ୍ମପୁର ସହରର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଜେନିଥ ଲିଓରେ ଶିଶୁ ଦିବସ ପାଳନ ହୋଇଯାଇଛି ।

ଆଜିର ଏହି ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷ ମନୋଜ କୁମାର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ଯ ଅତିଥି ଭାବରେ ପରିଚାଳନା କମିଟିର ସମ୍ପାଦକ ପବନ କୁମାର ଅଗ୍ରୱାଲ ଯୋଗଦେଇ ଜବାହରଲାଲ ନେହେରୁଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଛୋଟ ଛୋଟ ଛାତ୍ରଛାତ୍ରୀ ମାନଙ୍କୁ ଚାଚା ନେହେରୁଙ୍କ ବିଷୟରେ ଉଦବୋଧନ ଦେବା ସହ ଚାଚା ନେହେରୁଙ୍କ ପରି ଭଲ ମଣିଷ ହେବା ପାଇଁ ଛାତ୍ରଛାତ୍ରୀଙ୍କ ଉଦବୋଧନ ଦେଇଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ସମେତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।



