Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଜେନିଥ ଲାୟନ୍ସ ଗୁରୁକୁଳରେ ସମ୍ବଲପୁରୀ ଦିବସ ପାଳିତ।

ଜେନିଥ ଲାୟନ୍ସ ଗୁରୁକୁଳରେ ସମ୍ବଲପୁରୀ ଦିବସ ପାଳିତ।

ପଦ୍ମପୁର-ସମ୍ବଲପୁରୀ ଭାଷା ସାହିତ୍ୟ,ସଂସ୍କୃତି ଓ ପରମ୍ପରା କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଓ ସମ୍ବଲପୁରୀ ଭାଷାର ଜନକ ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ଜନ୍ମ ବାର୍ଷିକୀକୁ ପ୍ରତ୍ୟେକ ବର୍ଷ ଅଗଷ୍ଟ ୧ ତାରିଖକୁ ସମ୍ବଲପୁରୀ ଦିବସ ଭାବେ ପାଳନ କରାଯାଏ । ଏହି ପରିପ୍ରେକ୍ଷୀରେ ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଜେନିଥ ଲାୟନ୍ସ ଗୁରୁକୁଳରେ ସମ୍ବଲପୁରୀ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟରେ ଏକ ସଭା ଆୟୋଜିତ ହୋଇଥିଲା ।

ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ବିଦ୍ୟାଳୟ ପରିଦର୍ଶକ ଡ଼ .ସୁବାସ ମେହେର ମୁଖ୍ଯ ଅତିଥି ଭାବରେ, ସମ୍ମାନିତ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ପ୍ରତାପ ମିଶ୍ର, ଉପ ସଭାପତି ଶ୍ରୀଯୁକ୍ତ ସୁଶାନ୍ତ ରଥ , ସମ୍ପାଦକ ଶ୍ରୀଯୁକ୍ତ ପବନ ଅଗ୍ରୱାଲ, କୋଷାଧ୍ୟକ୍ଷ ମହମ୍ମଦ ଜାୱେଦ , ବିଦ୍ୟାଳୟର ଅଧ୍ୟକ୍ଷ ଡ଼ ମନୋଜ କୁମାର ପଣ୍ଡା ଓ ଜେନିଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଚତୁର୍ଭୁଜ ପ୍ରଧାନ ମଞ୍ଚାସୀନ ଥିଲେ ।

ସଭା ଆରମ୍ଭରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ମା ସମଲେଶ୍ଵରୀ ଓ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ପଟ୍ଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହିତ ଦୀପ ପ୍ରଜ୍ଜ୍ଵଳିତ କରାଯାଇଥିଲା । ବିଦ୍ୟାଳୟର ଅଧ୍ୟକ୍ଷ ଡ ମନୋଜ କୁମାର ପଣ୍ଡା ସମ୍ବଲପୁରୀ ଦିନ ପାଳନର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ନିଜର ଅଭିଭାଷଣ ରଖିଥିବା ବେଳେ , ମୁଖ୍ୟ ଅତିଥି ସମ୍ବଲପୁରୀ ଭାଷା, ସଂସ୍କୃତି ଓ ପରମ୍ପରା ବିଷୟରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ।

ସଭାକୁ ବରିଷ୍ଠ ଶିକ୍ଷକ ସନ୍ତୋଷ ବେହେରା ପରିଚାଳନା କରିଥିଲେ । ପରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ସମ୍ବଲପୁରୀ ସଂସ୍କୃତି ଓ ପରମ୍ପରାର ଗୌରବକୁ ବହନ କରୁଥିବା ଜିନିଷ ଗୁଡ଼ିକ ପ୍ରଦର୍ଶିତ ହୋଇଥିଲା । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

error: Content is protected !!