ବରପାଲି – ବରପାଲିଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ ଷଷ୍ଠ ପର୍ଯ୍ୟାୟ ଛାତ୍ରୀ ମାନଙ୍କ ଅପୁର୍ବ ସଫଳତା ଅଞ୍ଚଳ ପାଇଁ ନବାଲୋକ ଉତ୍ସ ଭାବେ ଉଭା ହୋଇଛି।ଏହି ଅବସରରେ ମହାବିଦ୍ଯାଳୟ ପରିଚାଳନା କମିଟି ପକ୍ଷରୁ ଏକ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଥିଲା। ଚଳିତ ବର୍ଷ ସମ୍ବଲପୁର ବିଶ୍ଵବିଦ୍ୟାଳୟ ସ୍ତରୀୟ ପରିଚାଳିତ ପରିକ୍ଷାର ଷଷ୍ଠ ପର୍ଯ୍ୟାୟ ଛାତ୍ରୀଙ୍କ ଅପୁର୍ବ ସଫଳତା ଆଣିପାରିଛି। ମହାବିଦ୍ୟାଳୟର ୧୬ ଜଣ ଛାତ୍ରୀ ଶ୍ରେଷ୍ଠ ଦଶ ଜଣଙ୍କ ମଧ୍ୟରେ ସ୍ଥାନ ହାସଲ କରି ଗୌରବ ଆଣିବାରେ ବେଶ ସହାୟକ ସାଜିଛନ୍ତି।ଓଡ଼ିଆ ବିଭାଗରେ ରାଖି ବେହେରା ୮.୮୫ମାର୍କ ରଖି ଶ୍ରେଷ୍ଠ ଦଶ ଜଣଙ୍କ ମଧ୍ୟରେ ଦ୍ଵିତୀୟ ହୋଇଥିବା ବେଲେ ରାଜନୀତି ବିଜ୍ଞାନରେ ପ୍ରୀତି ବାରିକ ୮.୭୨(ତୃତୀୟ), ହିନ୍ଦୀ ବିଭାଗରୁ ଶୁଭ୍ରସ୍ମିତା ବୁଧିଆ ୮.୯୫ ମାର୍କ ରଖି ତୃତୀୟ,ମିନି ମେହେର ୮.୮୯(ପଞ୍ଚମ), ଜ୍ୟୋତି ରାଣୀ ପଣ୍ଡା ୮.୮୪(ଷଷ୍ଠ) ରିତୁ ଭୋଇ ୮.୮୩(ସପ୍ତମ), ଅନ୍ୱେଷା ସାହୁ ୮.୭୯(ଅଷ୍ଟମ), ଅଳକା ସାହୁ ୮.୭୭(ନବମ), ତନୁଶ୍ରୀ ପଧାନ ୮.୭୬(ଦଶମ), ଶିକ୍ଷା ବିଭାଗରୁ ଅରୁଣା ସାହୁ ୯.୧୪(ଦ୍ଵିତୀୟ), ପ୍ରିୟଙ୍କା ସେଟ୍ ୯.୦୨ (ତୃତୀୟ), ସିଦ୍ଧିମୟିି ମେହେର ୯.୦୧(ଚତୁର୍ଥ), ପୂଜା ଗହୀର ୮.୯୯(ପଞ୍ଚମ), ସ୍ୱାଗତିକା ଦାସ ୮.୯୬(ସପ୍ତମ) ଚୁମକି ମେହେର ଓ ସିମ୍ରନ୍ ବୁଧିଆ ଉଭୟେ ୮.୮୭(ଦଶମ)ସ୍ଥାନ ପ୍ରାପ୍ତି କରିଛନ୍ତି। ଏହି ପରିପେକ୍ଷିରେମହାବିଦ୍ୟାଳୟ ଅଧ୍ୟକ୍ଷା ପଦ୍ମିନୀ ଦାଶଙ୍କ ଅଧ୍ୟକ୍ଷତାରେ ଏକ ସମର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା।ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ଯାପକ ଯତୀନ୍ଦ୍ର କୁମାର ସାହୁଙ୍କ ସଂଯୋଜନାରେ ସଭାକାର୍ଯ୍ଯ ପରିଚାଳିତ ହୋଇଥିଲା। ମୁଖ୍ୟ ଅତିଥି ଭାବରେମହାବିଦ୍ୟାଳୟ ପ୍ରତିଷ୍ଠାତା ଅନ୍ତର୍ଯ୍ୟାମୀ ପଣ୍ଡା କାର୍ଯ୍ଯକ୍ରମକୁ ଉଦଘାଟନ କରିବା ସହ ଛାତ୍ରିମାନଙ୍କୁ ଦିଗଦର୍ଶନ ଦେବା ସହ ଉତ୍ତରତ୍ତୋର କାମନା କରି ଫୁଳ ତୋଡା ପ୍ରଦାନ ମାଧ୍ଯମରେ ସମର୍ଦ୍ଧନା ଦେଇଥିଲେ। ମହାବିଦ୍ୟାଳୟ ଅଧ୍ୟାପକ ନେପାଲ ବିଶ୍ଵାଲ,ଅଧ୍ୟାପିକା ନିଳୀମା ନାୟକ,ଜ୍ୟୋତି ସାହୁ,ପିଙ୍କି ବାରିକ,ପୁନମ ସାହୁ, ମନୀଷା ଭୋଇ,ଶୋଭାବତୀ ଥପା,ସସ୍ମିତା ମେହେର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପରିଚାଳନାରେ ସହ କର୍ମଚାରୀ ଶଶାଙ୍କ ଶେଖର ପଧାନ, ସାର୍ଥକ ପାଣିଗ୍ରାହୀ, ବିରେନ୍ଦ୍ର ଖଟୁଆ, ନୃପରାଜ୍ ବରିହା, ତ୍ରିପୁରା ବେହେରା ସାମିଲ ହୋଇ ସହାୟତା କରିଥିଲେ।