ବରପାଲି-ବରପାଲି କଦଲିପାଲୀ ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ୭୮ତମ ସ୍ୱାଧୀନତା ଦିବସ ପୂର୍ତ୍ତି ଅବସରରେ ମହାନ ସ୍ବାଧିନତା ସଂଗ୍ରାମୀ ଭାଗିରଥୀ ପଟ୍ଟନାୟକ,ଜମ୍ବୁବତୀ ପଟ୍ଟନାୟକ ଓ ପ୍ରଫୁଲ୍ଲ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ସ୍ଥାପନ ସହିତ ଉନ୍ମୋଚିତ ହୋଇଯାଇଛି l ଅଧ୍ଯକ୍ଷା ପଦ୍ମିନୀ ଦାଶଙ୍କ ସଭାପତିତ୍ବରେ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା। ଅଧ୍ୟାପିକା ପିଙ୍କି ବାରିକଙ୍କ ସଂଯୋଜନାରେ ପରିଚାଳିତ ଉନ୍ମୋଚନ ସଭାରେ ମୁଖ୍ୟଅତିଥି ଭାବେ ଓକିଲ ସଂଘ ସଭାପତି ବରିଷ୍ଠ ଆଇନଜିବୀ ମନୋଜ ପଟ୍ଟନାୟକ ଯୋଗଦେଇ କାର୍ଯ୍ଯକ୍ରମକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟ ପ୍ରତିଷ୍ଠାତା ଅନ୍ତର୍ଯ୍ୟାମୀ ପଣ୍ଡା,ପୁର୍ବତନ ପ୍ରଧାନଶିକ୍ଷକ ବଳରାମ ପଧାନ, ଶୁଭଙ୍କର ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ।
ଅତିଥି ମାନେ ସେନାନୀ ମାନଙ୍କ ଜିବନଶୈଳୀ ସହ ଭାବ,ସ୍ମୃତି, ମାନବିୟ ଗୁଣ, ବଳିଦାନ,ସମୟାନୁ ବର୍ତ୍ତିତା,ଆନ୍ତରିକତା,ଦେଶପ୍ରେମ ସମ୍ବନ୍ଧିତ ବଷୟ ଉପରେ ଆଲୋଚନା କରିଥିଲେ। ପରେ ପ୍ରତିମୂର୍ତ୍ତି ମାନଙ୍କର ଉନ୍ମୋଚନ ପର୍ବ ଅତିଥି ମାନଙ୍କ ଦ୍ବାରା ସମ୍ପର୍ଣ୍ଣ ହୋଇଥିଲା। ଏହି ଅବସରରେ ଛାତ୍ରୀ ମାନେ ଜାତୀୟ ସଙ୍ଗୀତ ଏବଂ ସ୍ୱାଗତ ସଂଗୀତ ଗାନ ସହିତ ଅତିଥି ମାନଙ୍କୁ ଉପଢୌକନ, ପୁଷ୍ପଗୁଚ୍ଛ ପ୍ରଦାନ ମାଧ୍ଯମରେ ସ୍ବାଗତ ଜଣାଇଥିଲେ । ଅତିଥି ମାନଙ୍କ ଗହଣରେ ଛାତ୍ରୀ ମାନେ ଲେଣ୍ଡା ଗ୍ରାମ ପର୍ଯ୍ୟନ୍ତ ୨୦୦ ମିଟର ତ୍ରିରଙ୍ଗା ଶୋଭାଯାତ୍ରାରେ ବାହାରିଥିଲେ। ପରେ ଛାତ୍ରୀ ମାନଙ୍କ ଦ୍ବାରା ଦେଶଭକ୍ତି ସମ୍ପର୍କିତ ବିଭିନ୍ନ ନୃତ୍ୟ ପରିବେଷଣ କରାଯିବା ସହ ସ୍ଵାଧୀନତା ଦିବସ ସମ୍ପର୍କିତ ସାଧାରଣ ଜ୍ଞାନ ପ୍ରତିଯୋଗୀତା ମଧ୍ଯ ଆୟୋଜିତ ହୋଇଥିଲା।
ନିଟ କମ୍ପ୍ଯୁଟର ନିର୍ଦ୍ଦେଶକ ଅଶୋକ ଭୋଇ ଓ ସହକର୍ମୀ ସୁବ୍ରତ ପଧାନଙ୍କ ସମେତ ମହାବିଦ୍ୟାଳୟ କର୍ମକର୍ତ୍ତା ଓ ଅଧ୍ୟାପିକା ନିଲିମା ନାୟକ, ଜ୍ୟୋତି ସାହୁ, ମନୀଷା ଭୋଇ,ଶୋଭାବତୀ ଥପା, ପୁନମ ସାହୁ, ସସ୍ମିତା ମେହେର ଅଧ୍ୟାପକ ଯତୀନ୍ଦ୍ର କୁମାର ସାହୁ,ସହକର୍ମୀ ଶଶାଙ୍କ ଶେଖର ପଧାନ,ସାର୍ଥକ ପାଣିଗ୍ରାହୀ,ନୃପରାଜ ବରିହା, ବିରେନ୍ଦ୍ର ଖଟୁଆ,ତ୍ରିପୁରା ବେହେରା ସମେତ ଛାତ୍ରୀ ମାନେ ସହାୟତା କରିଥିଲେ । ଅଧ୍ୟାପକ ନେପାଳ ବିଶ୍ୱାଲଙ୍କ ଦ୍ବାରା ଧନ୍ୟବାଦ ଅର୍ପଣ ପର୍ବ ସମାପନ ହୋଇଥିଲା।