Tuesday, November 26, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଜେ.ଡ଼ି.ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା ।

ଜେ.ଡ଼ି.ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା ।

ବରପାଲି-ବରପାଲି ଜଗବନ୍ଧୁ ଦାସ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ପ୍ରଦୀପ କୁମାର ମେହେରଙ୍କ ଅଧ୍ୟକ୍ଷତାରେ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା। କ୍ରୀଡା ଶିକ୍ଷୟତ୍ରୀ ବନ୍ଦିତା ପଧାନଙ୍କ ତତ୍ତ୍ଵାବଧାନରେ ନବାଗତା ଦ୍ଵାଦଶ ପ୍ରଥମ ବର୍ଷ ଛାତ୍ରୀଙ୍କୁ ଦ୍ଵିତୀୟ ବର୍ଷ ଛାତ୍ରୀଙ୍କ ଦ୍ୱାରା ଭବ୍ୟ ସ୍ଵାଗତ ସମାରୋହ ପର୍ବ ପାଳିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଅତିଥି ମାନଙ୍କ ଦ୍ବାରା ମହାପ୍ରଭୁ ଗଣେଶ ଏବଂ ମାତା ସରସ୍ଵତୀ ଦେବୀଙ୍କ ପୂଜାର୍ଚ୍ଚନା କରିଥିଲେ। ପରେ ପୁରାତନ ଛାତ୍ରୀମାନେ ସମସ୍ତ ନବାଗତ ଛାତ୍ରୀ ମାନଙ୍କ ମୁଣ୍ଡରେ ତାଜ୍ ପିନ୍ଧାଇ ଗୋଳାପ ଫୁଲ ଅର୍ପଣ ସହ ଚନ୍ଦନଟିପା ଲଗାଇ ବିଦ୍ୟାଳୟ ପ୍ରାଙ୍ଗଣକୁ ସ୍ବାଗତ ଜଣାଇଥିଲେ।

ପରେ ଏକ ସଭାର ଆୟୋଜନ ହୋଇ ବିଦ୍ଯାଳୟର ନିତି, ସଂସ୍କାର,ଚାଳିଚଳନ,ଆଗାମି ଭବିଶ୍ଯତ ଗଠନ ସମ୍ବନ୍ଧରେ ଅଧ୍ଯାପକ ଅଧ୍ଯାପିକା ମଣ୍ତଳି ବୁଝାଇଥିଲେ। ପରେ ଦ୍ଵିତୀୟ ପର୍ଯ୍ୟାୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ମାଧ୍ଯମରେ ଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ ସଂଗୀତ ପରିବେଷଣ କରାଯାଇଥିଲା I କାର୍ଯ୍ୟକ୍ରମରେ ଅତିଥି ଭାବରେ ଅଧ୍ୟାପକ ସୁଧାଂଶୁ କୁମାର ଦାଶ, ସୁରେଶ ବାରିକ, ସୁନୀଲ ବେହେରା, ରବିନ୍ଦ୍ର ସାହୁ, ଅଧ୍ୟାପିକା ମିନତି ବାବୁ,ନିବେଦିତା ବେହେରା,ଅନ୍ତର୍ଯ୍ୟାମୀ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।

error: Content is protected !!