ବରଗଡ-ଜୁହାର ପରିବାର ଦ୍ଵାରା ଦ୍ଵିତୀୟ ଥର ପାଇଁ ପୁସ୍ ପୁନି ଭେଟ୍ ବିଶାଖାପାଟଣାର ଆଶୋକା ପାର୍କ କମ୍ୟୁନିଟୀ ହଲ୍ ରେ ପାଳିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସଭାପତି ବିକ୍ରମ ସରାଫ, ଉପ ସଭାପତି ମନୋଜ ବେହେରା ଏବଂ ସମ୍ପାଦକ ସୁକାନ୍ତ ମାହାର ପୁସ ପୁନି ବିଷୟରେ ସମସ୍ତଙ୍କୁ ଅବଗତ କରିଥିଲେ । ସୁଶାନ୍ତ ପତିଙ୍କ ଦ୍ଵାରା କାର୍ଯ୍ୟକ୍ରମ ସଂଯୋଜନା ହୋଇଥିଲା ଏବଂ ଆସିଥିବା ସଦସ୍ୟମନଙ୍କୁ ସମ୍ବଲପୁରୀ ନାଚ ଓ ଗୀତ ବେଶ୍ ଉତ୍ସାହିତ କରିଥିଲା । ସସ୍ମିତା ପାଣିଗ୍ରାହୀ,ସଂଗୀତା ନାୟକ, ସଞ୍ଜିତା ଶତପଥୀ ଓ ଲକୀ ପାଣିଗ୍ରାହୀଙ୍କ ଦ୍ଵାରା ହାତ ତିଆରି ପିଠା ସମସ୍ତଙ୍କୁ ଖୁସି କରିଥିଲା ।
![](https://jagrataprahari.com/wp-content/uploads/2025/01/IMG-20250129-WA0015-1024x586.jpg)
ଏହା ସହିତ ଆମିଷ ଓ ନିରାମିଷ ଖାଦ୍ୟର ବ୍ୟବସ୍ଥା ମଧ୍ୟ ହୋଇଥିଲା । ନିର୍ମଳ ନାୟକ,ବିନୟ ବିର୍ଗତିଆ,ମନୋଜ ରଣା,ପ୍ରକାଶ ସାହୁ,ସନ୍ତ ସାହୁ, ସଞ୍ଜିବ ସୁନା, ଶ୍ୟମେଶ୍ୱର୍ କାଲୋ, କିଶୋର ସା,ସୁରେନ୍ଦ୍ର ମିସ୍ତ୍ରୀ,ତ୍ରିଲୋଚନ ନାୟକ,ସୁବ୍ରତ ଭୋଇ,ଲିଙ୍ଗରାଜ ପାଣ୍ଡେ,ମହେନ୍ଦ୍ର ମିର୍ଦ୍ଧାଙ୍କ ସହିତ ସମସ୍ତ ସଦସ୍ୟ କାର୍ଯକ୍ରମ ସମ୍ପାଦନରେ ବେଶ୍ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସୁନିଲ ସାହୁ ଧନ୍ୟବାଦ୍ ପ୍ରସ୍ତାବ ଦେଇଥିଲେ l
![](https://jagrataprahari.com/wp-content/uploads/2024/10/Rahaul-3x5-copy-1024x614.jpg)
![](https://jagrataprahari.com/wp-content/uploads/2024/12/20241211_222518-1024x695.jpg)