Thursday, January 30, 2025
spot_imgspot_imgspot_img
Homeରାଜ୍ୟଜୁବାଖୋଲ ଠାରେ ସ୍ୱାସ୍ଥ୍ୟ ଏବଂ ପରିମଳ ଉପରେ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର ।

ଜୁବାଖୋଲ ଠାରେ ସ୍ୱାସ୍ଥ୍ୟ ଏବଂ ପରିମଳ ଉପରେ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର ।

ଗାଇସିଲେଟ-ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜୁବାଖୋଲ ଠାରେ ମା ବିନ୍ଧ୍ୟବାସିନି ୱାଡ଼ି ପ୍ରକଳ୍ପ ଓ ଦେବଦତ୍ତ କ୍ଲବ ଆନୁକୂଲ୍ୟରେ ନାବାର୍ଡ ସହାୟତାରେ ସ୍ବାସ୍ଥ୍ୟ ଓ ପରିମଳ ଉପରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ତାଲପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ସୁମିତ ମିଶ୍ରଙ୍କ ନିର୍ଦ୍ଧେଶ କ୍ରମେ ଏକ ଡାକ୍ତରୀ ଟିମ ଜୁବାଖୋଲ ଗ୍ରାମରେ ପହଞ୍ଚିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଡ. ଅମିତ ଦାଶ ଯୋଗ ଦେଇ ସୁସ୍ଥ ଓ ନିରାମୟ ଜୀବନ ଯାପନ ପାଇଁ ପ୍ରତ୍ୟେକ ଲୋକ ସ୍ୱାସ୍ଥ୍ୟକର ପାଇଖାନା ବ୍ୟବହାର କରିବା ସମସ୍ତଙ୍କ ପାଇଁ ସୁବିଧା ଜନକ ।

ବିଶେଷ କରି ମହିଳାମାନଙ୍କ ସମ୍ଭ୍ରମତା ଏବଂ ପିଲା,ରୋଗୀ ତଥା ବୁଢାଲୋକଙ୍କ ପାଇଁ ଏହା ଖୁବ ଉପଯୋଗୀ ଅଟେ । ଖୋଲା ସ୍ଥାନରେ ପଚା ମଳର ଦୁର୍ଗନ୍ଧ ଓ ମାଛିଙ୍କ ପ୍ରାଦୁର୍ଭାବରୁ ଏହା ରକ୍ଷା କରିବା ସହିତ ମାଛି ମାନଙ୍କ ବଂଶ ବିସ୍ତାର ଓ ରୋଗ ସଂକ୍ରମଣ ହ୍ରାସ କରେ । ଉନ୍ନତ ଓ ପରିସ୍କୃତ ପାଣି ବ୍ୟବହାର ଏବଂ ପରିଷ୍କାର ଓ ପରିଚ୍ଛନ୍ନତା ରହିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିବା ବେଳେ ମେଲେରିଆ,ଡେଙ୍ଗୁ,ଡାଇରିଆ ରୋଗର କାରଣ ଓ ନିରାକରଣ ଉପରେ ସଚେତନ କରିଥିଲେ ।

ଉକ୍ତ ଶିବିରରେ ପ୍ରାୟ ୮୦ ଜଣ ରୋଗୀ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହ ମାଗଣାରେ ଔଷଧ ନେଇଥିଲେ । ତେବେ ଏହି ଶିବିରରେ ତାଲପାଲି ଡାକ୍ତର ଖାନା ତରଫରୁ ପ୍ରଣୟ କୁମାର ପ୍ରଧାନ,ଚଞ୍ଚଳ ମେହେର, ଯଜ୍ଞ ପ୍ରଭା ଦାଶ ପ୍ରମୁଖ ଉପସ୍ଥିତ ଥିବା ବେଳେ । ଉକ୍ତ ଶିବିରକୁ ଦେବଦତ୍ତ କ୍ଲବ ତରଫରୁ ସୁଶାନ୍ତ ପଣ୍ଡା,ବିକାଶ କୁମାର ପଧାନ ଓ ମନ ଡ଼ନସେନା ପରିଚାଳନା କରିଥିବା ବେଳେ ବୁଢ଼ାରଜା ଉଦ୍ୟାନ ବିକାଶ ସମିତି ଜୁବାଖୋଲର ସଦସ୍ୟ ସୁବୋଧ ଭୋଇ,ମହେନ୍ଦ୍ର ବରିହା,ଧବଳେଶ୍ଵର ବରିହା ଓ ଗ୍ରାମର ସଚେତନ ନାଗରିକ ସୁଦାମ ଜ୍ୟୋତିଷ,ରଞ୍ଜନ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

error: Content is protected !!