Tuesday, December 3, 2024
spot_imgspot_imgspot_img
Homeରାଜ୍ୟଜୀବନ ଦେବି ପଛେ ଇେଂଚ ଜମି ଦେବିନି-ପ୍ରଦୀପ ପୁରୋହିତ।

ଜୀବନ ଦେବି ପଛେ ଇେଂଚ ଜମି ଦେବିନି-ପ୍ରଦୀପ ପୁରୋହିତ।

ବରଗଡ-ଗନ୍ଧମାର୍ଦ୍ଧନ ପାଇଁ ଜୀବନ ଦେବି ପଛେ ଇଂଚେ ଜମି କାହାକୁ ଦିଆଯିବ ନାହିଁ । ଗନ୍ଧମାର୍ଦ୍ଦନକୁ ଆଦାନୀ ନେବ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏହାର ପ୍ରତିକ୍ରିୟା ରଖିଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ବିରୋଧୀ ଦଳ ମିଛ ପ୍ରଚାର କରୁଛନ୍ତି । ପ୍ରସଙ୍ଗ ନ ଥିବାରୁ ଗନ୍ଧମାର୍ଦ୍ଦନ ପ୍ରସଙ୍ଗ ଉଠାଉଛନ୍ତି । କଡ଼ା ଭାଷାରେ ବିରୋଧୀଙ୍କୁ ଜବାବ ଦେଇଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନରୁ ମୋର ରାଜନୈତିକ ଜୀବନ ଆରମ୍ଭ । ଗନ୍ଧମାର୍ଦ୍ଦନର ସୁରକ୍ଷା ପାଇଁ ଜୀବନ ଦେବାକୁ ପଡ଼ିଲେ ବି ମୁଁ ପ୍ରସ୍ତୁତ ଅଛି ।

ଯେତେ ବଡ଼ ଖଣି କମ୍ପାନୀ ଆସନ୍ତୁ ନା କାହିଁକି ଗୋଟିଏ ଇଞ୍ଚ ଜମି ଛାଡ଼ିବାକୁ ମୁଁ ପ୍ରସ୍ତୁତ ନୁହେଁ । ଗନ୍ଧମାର୍ଦ୍ଦନର ସୁରକ୍ଷା ପାଇଁ ମୁଁ ଆଗ ମୋ ସାଂସଦ ପଦ ପଛ ବୋଲି କହିଛନ୍ତି ପ୍ରଦୀପ ପୁରୋହିତ । ପୂର୍ବରୁ ମଧ୍ୟ ଗନ୍ଧମାର୍ଦ୍ଦନର ସୁରକ୍ଷା ପାଇଁ ମାଡ଼ ଖାଇବାକୁ ପ୍ରସ୍ତୁୂତ ଥିଲି ଏବେ ବି ଅଛି, ହେଲେ ଗନ୍ଧମାର୍ଦ୍ଦନକୁ କାହା ହାତକୁ ଟେକି ଦେଇପାରିବନି ବୋଲି କହିଛନ୍ତି ବରଗଡ଼ ସାଂସଦ । ବରଗଡ଼- ନୂଆପଡ଼ା ରେଳ ପକଳ୍ପକୁ କେନ୍ଦ୍ର ସରକାର ମଂଜୁର ଦେବା ପରେ ବିରୋଧୀ ମାନେ ଗନ୍ଧମାର୍ଦ୍ଦନ ପ୍ରସଙ୍ଗ ଉଠାଇ ମିଥ୍ୟା ପ୍ରଚାର କରୁଛନ୍ତିି ।

କିନ୍ତୁ ସେମାନେ ସେଥିରେ ସଫଳ ହେବେ ନାହିଁ । ବରଗଡ଼-ନୂଆପଡ଼ା ୧୩୮ କିଲୋମିଟର ରେଳପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ୨ ହଜାର ୯୪୬ କୋଟି ଟଙ୍କା ଖର୍ଚ୍ଚ କରିବେ । ଏହି ରେଳ ପ୍ରକଳ୍ପ ଦ୍ୱାରା ଆମ ଅଂଚଳର କଳା ସାହିତ୍ୟର ବିକାଶ ହେବ । ବାଣିଜ୍ୟ ବେପାର ବୃଦ୍ଧି ପାଇବ । ଏହି ପ୍ରକଳକୁ ବିରୋଧୀ ସହି ପାରୁ ନାହାନ୍ତି । ଏଥିପାଇଁ ଗନ୍ଧମାର୍ଦ୍ଦନ ପ୍ରସଙ୍ଗ ଉଠାଉଛନ୍ତି । ଗନ୍ଧମାର୍ଦ୍ଦନ ପାହାଡ଼ରେ ଏକ ପ୍ରାକୃତିକ ପରିବେଶ ସହ ଦୁଇଟି ନଦୀଅଙ୍ଗ ଓ ସୁକତେଲର ଉତ୍ପତି ହୋଇଛି । ସୁନାର ଝରଣା ସହ ୨ହଜାରରୁ ଅଧିକ ଦୁର୍ଲଭ ଔଷଧୀୟ ବୃକ୍ଷ ଅଛି ।

ଏସବୁର କ୍ଷତି ପହଂଚାଇବାକୁ କେବେ ଦେବି ନାହିଁ ବୋଲି କହିଛନ୍ତି ଶ୍ରୀ ପୁରୋହିତ । କିଛି ଗଣମାଧ୍ୟମରେ ଗନ୍ଧମାର୍ଦ୍ଦନକୁ ଆଦାନୀ କମ୍ପାନୀ ନେବାକୁ ବସିଛି ବୋଲି ଖବର ପ୍ରକାଶ ପାଇଥିଲା । ଏହାପରେ ଏଭଳି କଡ଼ା ପ୍ରତିକ୍ରିୟା ରଖିଛନ୍ତି ସାଂସଦ । ସୂଚନାଯୋଗ୍ୟ ଯେ, ଗନ୍ଧମାର୍ଦ୍ଦନ ଚାରିପାଖରେ ଆଦାନୀ କମ୍ପାନୀ ଜମି କିଣୁଛି । ସୁନ୍ଦରଗଡ଼ରେ ନିଜ ଖଣି ଖାଦାନ ଦ୍ୱାରା କ୍ଷତି ହୋଇଥିବା ସବୁଜିମାର ଭରଣା ପାଇଁ ଆଦାନୀ ଏହିସବୁ ଜମିରେ ବନୀକରଣ କରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

error: Content is protected !!