Monday, November 25, 2024
spot_imgspot_imgspot_img
Homeରାଜ୍ୟଜିଲ୍ଲା ସ୍ଥରୀୟ ସମୀକ୍ଷା ବୈଠକରେ ଅଧିକାରୀଙ୍କୁ ତାଗିଦ ପରେ ପ୍ରଶଂସା ।

ଜିଲ୍ଲା ସ୍ଥରୀୟ ସମୀକ୍ଷା ବୈଠକରେ ଅଧିକାରୀଙ୍କୁ ତାଗିଦ ପରେ ପ୍ରଶଂସା ।

ତ୍ୱରାନ୍ନିତ ହେଉଛି ବିଭାଗୀୟ କାର୍ଯ୍ୟ-ମନ୍ତ୍ରୀ ।

କୁଚିଣ୍ଡା(ତପନ ଦାଶ)-ଓଡିଶା ସରକାର ଙ୍କ କ୍ୟାବିନେଟ ମନ୍ତ୍ରୀ ରବିନାରାୟଣ ନାଏକ କୁଚିଣ୍ଡା ଗସ୍ତରେ ଆସିଥବା ବେଳେ ଗତ ୧୯ ତାରିଖ ଦିନ ଆଇଟିଡିଏ ସମ୍ମିଳନି କକ୍ଷରେ ଆୟୋଜିତ ଜିଲ୍ଲା ସ୍ଥରୀୟ ସମିକ୍ଷା ବୈଠକ ରେ ଯୋଗଦେଇଥିଲେ । ବୈଠକରେ ଜିଲ୍ଲା ଓ ଉପଖଣ୍ଡ ସ୍ଥରୀୟ ସମସ୍ତ ବିଭାଗୀୟ ମୁଖ୍ୟ ଅଧିକାରୀ ଯୋଗ ଦେଇଥିବା ବେଳେ ବିଭାଗର କାର୍ଯ୍ୟକାରିତା ଉପରେ ସମୀକ୍ଷା କରିବା ସହିତ କାର୍ଯ୍ୟର ଅଗ୍ରଗତି ଏବଂ ଆଗକୁ ଅଧିକରୁ ଅଧିକ ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟ ନେଇ ତାଗିଦ କରିଥିଲେ । ବୈଠକରେ ମୁଖ୍ୟତଃ ଜଳଯୋଗାଣ , ସ୍ୱାସ୍ଥ୍ୟ ପରିମଳ ,ରାସ୍ତାଘାଟ , ସ୍ୱାସ୍ଥ୍ୟ ସେବା , ଡାକ୍ତର ସମସ୍ୟା , ସାଧାରଣ ବଂଟନ , ଉପଯୁକ୍ତ ବିଦ୍ୟୁତ ସେବା , ଶିକ୍ଷା , କୃଷି , ଆଦି ଉପରେ ବିଷେଶ ସମିକ୍ଷା କରିଥିଲେ ।

ଏହି ଅବସରରେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଦେଶ୍ୱର ବଳିରାମ ବୋନ୍ଦର , କୁଚିଣ୍ଡା ଉପଜିଲ୍ଲାପାଳ ହେମସାଗର ଭୋଇ , ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଧମେନ୍ଦ୍ର ମଲ୍ଲିକ , ସିଡିଏମଓ ସୁଜାତା ରାଣୀ ମିଶ୍ର , ଜିଲ୍ଲା ଯୋଗାଣ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ । ଏହି ସମିକ୍ଷା ବୈଠକରେ କ୍ୟାବିନେଟ ମନ୍ତ୍ରୀ ପ୍ରତିଟି ବିଭାଗ ସହିତ ପୁଙ୍ଖାନୁ ପୁଙ୍ଖ ଆଲୋଚନା କରିବା ସହିତ ସେମାନଙ୍କ ଠାରୁ କାମର ତଥ୍ୟ ନେଇଥିଲେ । ଅଧିକାଂଶ ବିଭାଗ ନିଜ ନିଜର କାମ ର ପାରଦର୍ଶୀତା ଉପରେ ବିବରଣୀ ଦେଇଥିଲେ । ତେବେ ଗଣମାଧ୍ୟମର ପ୍ରଶ୍ନର ଉତର ଦେଇ ମନ୍ତୀ କହିଛନ୍ତି ଏ ସରକାର ଲୋକଙ୍କ ସରକାର , ତେଣୁ ସମୀକ୍ଷା ମାଧ୍ୟମରେ କାମ କରାଯାଉଛି , ଖାଲି କାଗଜ କଲମରେ କାମ ହେଉନାହିଁ । ଅନେକ କାମ ଧାର୍ଯ୍ୟ ସମୟ ଠାରୁ ଶିଘ୍ର କରାଯାଉଥିବା ବେଳେ ଅନେକ କାମ ଆଉ ଆଗଭଳି ମନ୍ଥର ଗତିରେ ଚାଲୁନାହିଁ । କୈାଣସି କ୍ଷେତ୍ରରେ ଲୋକେ ଆଉ ହଇରାଣ ହେବେ ନାହିଁ । ଆମ ସରକାର ର ଶହେ ଦିନ ପୁରିଲା । ଏହି ଶହେ ଦିନ ଭିତରେ ଆମେ ଅନୁଭବ କରୁଛୁ ସମସ୍ତ ବିଭାଗୀୟ ଅଧିକାରୀ ନିଜ ଚେୟାର ରେ ଆରାମ ରେ ନ ବସି କାମରେ ବେଶୀ ଧ୍ୟାନ ଦେଉଛନ୍ତି । ଏହା ନିଶ୍ଚୟ ଏକ ଖୁସିର ବିଷୟ ।

ତେବେ କୁଚିଣ୍ଡା ଉପଖଣ୍ଡ ଡାକ୍ତର ଖାନାରେ ଉପଯୁକ୍ତ ଡାକ୍ତର ନଥିବା , ଅନେକ ରୋଗୀଙ୍କୁ ନିରାମୟ ଔଷଧ ବଦଳରେ ବାହାରୁ ମେଡିସିନ ଲେଖିବା , ସମସ୍ତ ସରକାରୀ ସୁବିଧା ଥାଇ ବାହାର କ୍ଲିନିକ ଉପରେ ପ୍ରିୟା ପ୍ରିତି ପୋଷଣ କରି ପରୀକ୍ଷା ପାଇଁ ପଠାଇବା ସହ ରୋଗୀଙ୍କୁ ଖର୍ଚାନ୍ତରେ ପକାଇବା , ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟ ଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିବା , ସାଧାରଣ ରୁ ସାଧରଣ ରୋଗୀଙ୍କୁ ଆଡମିଟ ନ କରି ରେଫର କରିବା କିମ୍ବା ଫେରାଇ ଦେବା ଭଳି ଅନେକ ବିଷୟରେ ପ୍ରଶ୍ନ ପରେ ମନ୍ତ୍ରୀ କହିଛନ୍ତି ଯଦି ଏହା ସତ ହୋଇଥାଏ ତେବେ ଆବଶ୍ୟକ ପଡିଲେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଖାଲିଥିବା ଅନେକ ପଦବୀରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହିତ କଥାହୋଇ ଆମେ ସେସବୁ ପଦବୀ ପୁରଣ କରିବା ପାଇଁ ଚେଷ୍ଟା କରିବୁ ବୋଲି ଗଣମାଧ୍ୟମକୁ କହିଛନ୍ତି ।

error: Content is protected !!