Saturday, March 7, 2026
Homeଖେଳଜିଲ୍ଲା ସ୍ତରୀୟ ହାଇସ୍କୁଲ ଫୁଟବଲ ସେମିଫାଇନାଲ ସମାପନ ।

ଜିଲ୍ଲା ସ୍ତରୀୟ ହାଇସ୍କୁଲ ଫୁଟବଲ ସେମିଫାଇନାଲ ସମାପନ ।

ବରପାଲି-ବରଗଡ ଜିଲ୍ଲା ହାଇସ୍କୁଲ ବାଳକ ଓ ବାଳିକା ଫୁଟବଲ ପ୍ରତିଯୋଗିତାର ସେମିଫାଇନାଲ ସମ୍ପର୍ଣ୍ଣ ହୋଇଯାଇଛି। ବରପାଲି ବାଳକ ହାଇସ୍କୁଲ ଓ ଲେଣ୍ଡା ହାଇସ୍କୁଲ ଖେଳ ପଡିଆ ପରିସରରେ ଆୟୋଜିତ ପ୍ରତିଯୋଗିତାର ସେମିଫାଇନାଲ ଖେଳରେ ବାଳକ ଗୃପରୁ ଭେଡେନ ଓ ବରଗଡ ହାଇସ୍କୁଲ ଏବଂ ବାଳିକା ଗୃପରୁ ପାଇକମାଲ ଓ ବରପାଲି ହାଇସ୍କୁଲ ବିଜୟୀ ହୋଇ ଆସନ୍ତା କାଲି ଫାଇନାଲ ଖେଳିବାକୁ ନିର୍ଦ୍ଧାରିତ ହୋଇଥିଲା। ବରଗଡ ଜିଲ୍ଲା ସମସ୍ତ ୧୨ ଟି ବ୍ଲକର ହାଇସ୍କୁଲ ୧୪ରୁ ୧୭ବର୍ଷିୟା ଛାତ୍ରଛାତ୍ରୀ ମାନେ ସାମିଲ ହୋଇ ମ୍ୟାଚ ମାନ ଖେଳିଛନ୍ତି।

ମୁଖ୍ୟଅତିଥି ଭାବରେ ବରଗଡ ଉପ ଜିଲ୍ଲାପାଳ ପ୍ରସନ୍ନ କୁମାର ପାଣ୍ଡେ ଯୋଗ ଦେଇ ଆଜିର ଖେଳକୁ ଉଦଘାଟନ ସହ ଛାତ୍ରଛାତ୍ରି ମାନଙ୍କୁ ଉତ୍ସାହ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ସରୋଜ ଭୁଏ ଓ ବିନୟ କୁମାର ସଏ ଯୋଗ ଦେଇଥିଲେ l ବ୍ଲକ ଶିକ୍ଷା ଅଧିକାରୀ ମୁକୁନ୍ଦ ମହରାଙ୍କ ସଭାପତିତ୍ବରେ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା।ଲେଣ୍ତା ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ନିବେଦିତା ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ l

ଶ୍ରୀ ପାଣ୍ଡେ ସାର ତାଙ୍କ ଅଭିଭାଜିଲ୍ଲା ସ୍ତରୀୟ ଫୁଟବଲ ଚମ୍ପିୟାନସିପ ର ଦ୍ଵିତୀୟ ଦିବସ ର ରୋମାଞ୍ଚବରପାଲି, ତା ୨୪. ୧୦. ୨୫ ବରପାଲି ବ୍ଲକ ର ବାଳକ ଉଚ୍ଚ ବିଦ୍ୟାଳୟ ଓ ଲେଣ୍ଡା ଖେଳ ପଡିଆରେ ବରଗଡ ଜିଲ୍ଲାର ୧୨ ଟି ବ୍ଲକ ରୁ ଆସିଥିବା ଛାତ୍ରଛାତ୍ରୀ ମଧ୍ୟରେ ମ୍ୟାଚ ହୋଇଥିଲା l ଆଜିର ମୁଖ୍ୟ ଅତିଥି ଭାବରେ ବରଗଡ ଉପ ଜିଲ୍ଲା ପାଳ ପ୍ରସନ୍ନ କୁମାର ପାଣ୍ଡେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ସରୋଜ ଭୁଏ ଓ ବିନୟ କୁମାର ସଏ ଯୋଗଦାନ କରିଥିଲେ l

ବ୍ଲକ ଶିକ୍ଷା ଅଧିକାରୀ ମୁକୁନ୍ଦ ମହରା ସଭାପତିତ୍ବ କରିଥିଲା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ନିବେଦିତା ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ l ମୂଖ୍ୟଅତିଥି ଉପଜିଲ୍ଲାପାଲ ପାଣ୍ଡେ ଖେଳାଳି ମାନଙ୍କୁ ନିୟମିତ ଅଭ୍ୟାସ କରିବା ଏବଂ ବରଗଡ଼ ଜିଲ୍ଲା ର ମାନକୁ ବୃଦ୍ଧି କରିବା ନିମନ୍ତେ ପ୍ରବର୍ତ୍ତାଇଥିଲେ l ଶିକ୍ଷକ ସରୋଜ ଦାସ ମଞ୍ଚ ପରିଚାଳନା କରିଥିବା ବେଳେ ଏନ ଏ ସି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମନୋଜ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ l

error: Content is protected !!