ପଦ୍ମପୁର-ସ୍ଥାନୀୟ ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଜିଲ୍ଲାସ୍ତରୀୟ କବାଡି ପ୍ରତିଯୋଗିତା (ବିଦ୍ୟାଳୟ ସ୍ତର)ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଶିକ୍ଷାଅଧିକାରୀ ଲୋକନାଥ ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ନିରାଲମ୍ବ ପ୍ରସାଦ ପଟେଲ, ଏ ବି ଇ ଓ ଜୟକୁମାର ସାହୁ, ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ, ଜିତେନ୍ଦ୍ର କୁମାର ପଣ୍ଡା ଓ ସରୋଜ କୁମାର ଷଡ଼ଙ୍ଗୀ ପ୍ରମୁଖ ମଞ୍ଚାସିନ ଥିଲେ। ଜିଲ୍ଲା ସ୍ତରୀୟ କବାଡି ପ୍ରତିଯୋଗିତାକୁ ସୂଚାରୁ ରୂପେ ସମ୍ପାଦନ କରିବା ପାଇଁ ଗଠନ କରାଯାଇଥିବା ବିଭିନ୍ନ କମିଟି ଗୁଡ଼ିକ ର କାର୍ଯ୍ୟାବଳୀ ଗୁଡ଼ିକ ଆଲୋଚିତ ହୋଇ ସମନ୍ୱୟ ରକ୍ଷା ଉପରେ ଗୁରୁତ୍ଵ ପ୍ରଦାନ କରାଯାଇଥିଲା। ଏଠାରେ ଉଲ୍ଲେଯୋଗ୍ୟ ଯେ ଜିଲ୍ଲା ସ୍ତରୀୟ କବାଡି ପ୍ରତିଯୋଗିତା ଆସନ୍ତା ନଭେମ୍ବର ୬ ରୁ ନଭେମ୍ବର ୮ ତାରିଖରେ ରାଜବୋଡ଼ାସମ୍ବର ଖେଳ ପଡିଆ ଓ ଅନ୍ୱେଷା ଖେଳ ପଡିଆ ଠାରେ ଅନୁଷ୍ଠିତ ହେବ।କାର୍ଯ୍ୟକ୍ରମଟିକୁ କ୍ରୀଡା ସମ୍ପାଦକ ହରେକୃଷ୍ଣ ମେହେର ସଂଯୋଜନା କରିଥିବା ବେଳେ କ୍ଷୀରସିନ୍ଧୁ ସୁନା ଧନ୍ୟବାଦ ଅର୍ପଣ କରିଥିଲେ।



