ବରଗଡ଼ – ବରଗଡ଼ ଜିଲ୍ଲା ଲେଖିକା ପରିଷଦର ଅଷ୍ଟାଦଶ ବାର୍ଷିକ ଉତ୍ସବ ଅମ୍ବାଭୋନା ବ୍ଲକ୍ ଅନ୍ତର୍ଗତ ଗାର୍ଡେନିଆ ଏକାଡେମୀ , ପ୍ରକାଶପୁରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ଡଃ ଚିନ୍ତାମଣି ପଟେଲ, ସମ୍ମାନିତ ଅତିଥିଭାବରେ ପରିବେଶବିତ୍ ଶ୍ରୀଯୁକ୍ତ ସଂଜୟ ଖମାରୀ, ସାମ୍ୱାଦିକ ଆକାଶ କୁମାର ମିଶ୍ର,ଲେଖିକା ପରିଷଦର ସଭାନେତ୍ରୀ କବୟିତ୍ରୀ ଶ୍ରୀମତି କବିତା ରଥ, ସଂପାଦିକା କବୟିତ୍ରୀ ଶ୍ରୀମତି ତପସ୍ଵିନୀ ମହାପାତ୍ର ,ଏକାଡେମୀର ଅଧ୍ୟକ୍ଷ ଶ୍ରୀମତି ରଞ୍ଜିତା ସାହୁ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ଅତିଥିବୃନ୍ଦଙ୍କୁ ସ୍ୱାଗତ କରିବା ପରେ ବାଗଦେବୀ ମା ସରସ୍ଵତୀଙ୍କ ପୂଜାର୍ଚ୍ଚନା କରାଯାଇଥିଲା।ଏହି ଉପଲକ୍ଷେ ସାରସ୍ଵତ ସମାରୋହ ଓ କବିତା ଆସର କରାଯାଇଥିଲା। ନାରୀ କବୟିତ୍ରୀ ଶ୍ରୀମତି ଅନସୂୟା ଦେବତା କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଲେଖିକା ପରିଷଦର ସଂପାଦିକା କବୟିତ୍ରୀ ଶ୍ରୀମତି ତପସ୍ଵିନୀ ମହାପାତ୍ର କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ” ଭବିଷ୍ୟତ ସମାଜ ଗଠନରେ ଛାତ୍ରୀଙ୍କ ଭୂମିକା “ଶୀର୍ଷକ ବକ୍ତୃତା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ଅମ୍ବାଭୋନା ବ୍ଲକର ବିଭିନ୍ନ ବିଦ୍ୟାଳୟର ଛାତ୍ରୀମାନଙ୍କ ମଧ୍ୟରୁ ବରିଷ୍ଠ ବିଭାଗରୁ ପୁରୁଷୋତ୍ତମ ସରକାରୀ ଉଚ୍ଚ ବିଦ୍ୟାଳୟ ରୁଚିଦାର ଅନ୍ନପୂର୍ଣ୍ଣା ପଧାନ, ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ,ଭୁକ୍ତାର ମାନସୀ ପଟେଲ ଓ ଆଦ୍ୟାଶା ଭୋଇଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା। କନିଷ୍ଠ ବିଭାଗରୁ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ, ଭୁକ୍ତାର ବର୍ଷା ଦେହେରୀ, ହୀନା ସା ଏବଂ ରୋଶନୀ ସାଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା। ଉପକନିଷ୍ଠ ବିଭାଗରେ ଗାର୍ଡେନିଆ ଏକାଡେମୀର ଶ୍ରୁତିସିଦ୍ଧା ପୁରୋହିତ, ନଗମା ରାଣୀ ସାଗର ଏବଂ ସାରିକା ପ୍ରଧାନଙ୍କୁ ଅତିଥିବୃନ୍ଦ ମାନପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ। ବୈଠକରେ ପରିବେଶ ଉପରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପରିବେଶ ବିଶେଷଜ୍ଞ ଶ୍ରୀଯୁକ୍ତ ସଂଜୟ ଖମାରୀଙ୍କୁ ପ୍ରତିଭା ସମ୍ମାନ ସହ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଶିକ୍ଷାବିତ୍ ଡଃ ଚିନ୍ତାମଣି ପଟେଲଙ୍କୁ ପ୍ରତିଭା ସମ୍ମାନ ସହ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା।ଏହି ଅବସରରେ ଲେଖିକା ପରିଷଦର ସଦସ୍ୟା ଗୀତାଞ୍ଜଳି ମିଶ୍ର, କୁନୁମତୀ ଦୋରା, ଶିକ୍ଷୟିତ୍ରୀ ପଦ୍ମିନୀ ଦୋରା ସ୍ବରଚିତ କବିତା ପଠନ କରିଥିଲେ।ଗାର୍ଡେନିଆ ଏକାଡେମୀର ଶିକ୍ଷକ ଚୈତନ୍ୟ ନାୟକ, ପ୍ରତ୍ୟୁଷ ପଧାନ ଶିକ୍ଷୟିତ୍ରୀ ବୈଦେହୀ ପଟେଲ,ରୁବି ପଟେଲ, ରୁବି ସାହୁଙ୍କ ସମେତ ଶିକ୍ଷାନୁଷ୍ଠାନର ଶିକ୍ଷାର୍ଥୀ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ। ଶେଷରେ ଶିକ୍ଷୟିତ୍ରୀ ପଦ୍ମିନୀ ପଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ।