ଅତାବିରା(ସୁରେନ୍ଦ୍ର କଠାର)-ଅତାବିରା ବ୍ଲକ ଅଧିନ ଜାମଟିକ୍ରା ଗ୍ରାମରେ ପାରମ୍ପରିକ ରୀତିନୀତି ଅନୁସାରେ ଗିରି ଗୋବର୍ଦ୍ଦନ ପୂଜା ଅନୁଷ୍ଠିତ ହୋଇଯାଇଛି । ଏହି ପୂଜାରେ ଗୌରୀ ଠାଠୀ ଓ ତାଙ୍କ ପତ୍ନୀ ହରିପ୍ରିୟା ଠାଠୀ କର୍ତ୍ତା ଦାୟିତ୍ବ ତୁଲାଇଥିଲେ ,ପଣ୍ଡିତ ଦିଲ୍ଲିପ ରଥ ପୂଜା କାର୍ଯ୍ୟ ପରିଚାଳନା କରିଥିଲେ ।
ଏହି ଅବସରରେ ସଂହରା ପଡାରୁ ଗୋବର୍ଦ୍ଦନା ପୂଜା ମଣ୍ଡପ ପର୍ଯ୍ୟନ୍ତ ଏକ ଜୁଗାର ଯାତ୍ରା ଅନୁଷ୍ଠିତ ହୋଇଥିଲା । ଖଇରେ ପ୍ରସ୍ତୁତ ଜୁଗାରଟିକୁ ଭଗବାନ ଶ୍ରୀକୃଷ୍ଣଙ୍କୁ ଅର୍ପଣ କରାଯାଇଥିଲା । ପୂଜା ସମାପନା ପରେ ଶ୍ରଦ୍ଦାଳୁ ଭକ୍ତ ମାନଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା । ସନ୍ଧ୍ୟାରେ ଲୋକଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲା ।