Wednesday, March 11, 2026
Homeରାଜ୍ୟଜାତୀୟ ସ୍କୁଲ କବାଡି ପ୍ରତିଯୋଗିତା ପାଇଁ ମାଣ୍ଡୋସିଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଇନ୍ଦୁରେଖା ମନୋନୀତ ।

ଜାତୀୟ ସ୍କୁଲ କବାଡି ପ୍ରତିଯୋଗିତା ପାଇଁ ମାଣ୍ଡୋସିଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଇନ୍ଦୁରେଖା ମନୋନୀତ ।

ପାଇକମାଲ- ମହାରାଷ୍ଟ୍ରର ଅମରାବତୀ ଠାରେ ଜାତୀୟ ସ୍କୁଲ କବାଡି କ୍ରୀଡା ପ୍ରତିଯୋଗିତା ରେ ଖେଳିବାକୁ ମାଣ୍ଡୋସିଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଅଷ୍ଟମ ଶ୍ରେଣୀ ଛାତ୍ରୀ ଇନ୍ଦୁରେଖା ଧରୁଆ ୧୪ ବର୍ଷ ରୁ କମ ବୟସ ସ୍କୁଲ କବାଡି କ୍ରୀଡା ରେ ଭାଗ ନେବା ପାଇଁ ମନୋନୀତ ହୋଇ ବିଦ୍ୟାଳୟ ଏବଂ ରହୁଥିବା ମାଣ୍ଡୋସିଲ କସ୍ତୁରବା ଗାନ୍ଧୀ ଛାତ୍ରୀ ନିବାସ ପାଇଁ ଗୌରବ ଆଣିଛନ୍ତି। ସୁନ୍ଦରଗଡ଼ ରେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ରେ ନିକଟରେ ବରଗଡ ଜିଲ୍ଲା ରୁ ପ୍ରତିନିଧିତ୍ୱ କରି ସେ ଉତ୍ତମ ଖେଳ ପ୍ରଦର୍ଶନ କରିଥିଲେ l

ତାଙ୍କ ଏହି ସଫଳତା ପାଇଁ ମାଣ୍ଡୋସିଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଭାତ ମିଶ୍ର, ବିଦ୍ୟାଳୟର ଗାଇଡ଼ ଶିକ୍ଷକ ଅଜିତ ପ୍ରଧାନ, କ୍ରୀଡା ଶିକ୍ଷକ ଚମ୍ପେଶ୍ୱର ହଂସ ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ, ପାଇକମାଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧଳେନ୍ଦ୍ର ବାରିକ,ପାଇକମାଳ ବ୍ଲକ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଛାତ୍ରୀଛାତ୍ରୀ ଶୁଭେଚ୍ଛା ଜଣାଇଛନ୍ତି l

error: Content is protected !!