Saturday, March 7, 2026
Homeରାଜ୍ୟଜାତୀୟ ବାଳିକା ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ।

ଜାତୀୟ ବାଳିକା ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ।

ପଦ୍ମପୁର-ପଦ୍ମପୁର ନିକଟସ୍ଥ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ସତୀଭଟା ପରିସର ମଧ୍ୟରେ ବ୍ଲକ ଶିକ୍ଷାଅଧିକାରୀ ଶ୍ରୀ ଲୋକନାଥ ଭୋଇଙ୍କ ସଭାପତିତ୍ବରେ ଜିଲ୍ଲା ସ୍ତରୀୟ ଜାତୀୟ ବାଳିକା ଦିବସ ନିମନ୍ତେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ରାଜବୋଡ଼ାସମ୍ବର ବ୍ଲକରେ ନୂତନ ଭାବରେ ଯୋଗଦାନ କରିଥିବା ବିଡିଓ ଶ୍ରୀମତୀ ସରୋଜା ବେହେରା ଯୋଗଦେଇ ଛାତ୍ରୀ ମାନଙ୍କୁ ମାନସିକ ଓ ଶାରିରୀକ ସ୍ତରରେ ଦୃଢ଼ ହୋଇ ସାଂପ୍ରତିକ ସମୟକୁ ସମ୍ମୁଖୀନ ହେବାକୁ ଉଦବୋଧନ ଦେଇଥିଲେ।

ଏହି ସଭାରେ ଏବିଇଓ ଶ୍ରୀ ଶିବପ୍ରସାଦ ଯୋଶୀ , ଶ୍ରୀ ରାମସିଂ ଭୋଇ , ଶ୍ରୀ ବିଶିକେସନ ଶତପଥୀ,ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ଓ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଲତିକା ବିଶି ଉପସ୍ଥିତ ଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ଯଥା ବକ୍ତୃତା, କଣ୍ଠସଙ୍ଗୀତ ଓ ଏକକନୃତ୍ୟ ଅନୁଷ୍ଠିତ ହୋଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।

ଏହି ପ୍ରତିଯୋଗୀ ମାନେ ଆସନ୍ତା ଜାନୁୟାରୀ ୨୪ ରେ ବରଗଡ଼ ଠାରେ ଅନୁଷ୍ଠିତ ହେବାକୁଥିବା ଜିଲ୍ଲାସ୍ତରୀୟ ଜାତୀୟ ବାଳିକା ଦିବସ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିବେ।କାର୍ଯ୍ୟକ୍ରମର ଆୟୋଜନ ତଥା ସୁପରିଚାଳନା ନିମନ୍ତେ କେଜିବିଭି ର ସମସ୍ତ କର୍ମଚାରୀ, ବ୍ଲକ ଶିକ୍ଷାକାର୍ଯ୍ୟଳୟର ବି ଆର୍ ଟି ଶ୍ରୀ ପ୍ରଭାତ ସାହୁ ବିଶେଷ ସହଯୋଗ କରିଥିଲେ। ଶ୍ରୀ ଅଶୋକ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଶ୍ରୀ ମିତ୍ରଭାନୁ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

error: Content is protected !!