Sunday, November 24, 2024
spot_imgspot_imgspot_img
Homeରାଜ୍ୟଜର୍ଣ୍ଣାଲିଷ୍ଟ ଏସୋସିଏସନ୍ ଅଫ ବରଗଡର ଦ୍ୱିବାର୍ଷିକ ନିର୍ବାଚନ ଅନୁଷ୍ଠିତ।

ଜର୍ଣ୍ଣାଲିଷ୍ଟ ଏସୋସିଏସନ୍ ଅଫ ବରଗଡର ଦ୍ୱିବାର୍ଷିକ ନିର୍ବାଚନ ଅନୁଷ୍ଠିତ।

ବରପାଲି-ବରପାଲି ବ୍ଲକ ସ୍ଥିତ ଜଗବନ୍ଧୁ ଦାଶ ମହିଳା ମହାବିଦ୍ୟାଳୟ ସମ୍ମିଳନୀ କକ୍ଷ ପରିସରରେ ଓଡିଶା ଜର୍ଣ୍ଣାଲିଷ୍ଟ ଏସୋସିଏସନ ଅଫ ବରଗଡର ଦ୍ବିବାର୍ଷିକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଯାଇଛି। ବରପାଲି ଶାଖା ପକ୍ଷରୁ ଆୟୋଜିତ ବୈଠକ ସଂଘ ସଭାପତି ରବି ପଣ୍ଡାଙ୍କ ସଭାପତିତ୍ୱରେ ପରିଚାଳିତ ହୋଇଥିଲା। ବୈଠକରେ ସଂଘ ସାଂଗଠାନିକ ସହ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା । ଆଗାମୀ ଦିନରେ ସଂଘ ପକ୍ଷରୁ ସଦସ୍ୟ ମାନଙ୍କର ୱେଲଫେୟାର ପାଇଁ ଗୁରୁତ୍ୱ ଦେବା ସହ ବରଗଡ ସଦର ମହକୁମା ଠାରେ ସଂଘର ଏକ ଅଫିସ ଗୃହ ନିର୍ମାଣ ଉପରେ ବିଶେଷ ଗୁରୁତ୍ବ ଦିଆଯାଇଥିଲା।

ପ୍ରାରମ୍ଭରେ ବରପାଲି ୟୁନିଟ ସଂଯୋଜକ ସୁବ୍ରତ ସାହୁ ସ୍ୱାଗତ ଜଣାଇଥିବା ବେଳେ ପ୍ରଦ୍ୟୁମ୍ନ ତ୍ରିପାଠୀ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସାଧାରଣ ସମ୍ପାଦକ ଯୁଧିଷ୍ଟିର ମହାପାତ୍ର ସଂଘର ବିବରଣୀ ଉପସ୍ଥାପନା କଲାପରେ ଦ୍ୱିବାର୍ଷିକ ନିର୍ବାଚନ ଆରମ୍ଭ ହୋଇଥିଲା। ନିର୍ବାଚନୀ ଅଧିକାରୀ ଭାବରେ ସୁରେଶ ଦାଶ ଓ ଅତିରିକ୍ତ ନିର୍ବାଚନ ଅଧିକାରୀ ଭାବେ ହେମନ୍ତ ପ୍ରଧାନ ଦାଯିତ୍ବଭାର ତୁଳାଇଥିଲେ। ଏହି ଅବସରରେ ଓୟୁଜେ ପକ୍ଷରୁ ସଂଗଠନ ସମ୍ପାଦକ ଋତୁରାଜ ସିଂ ଓ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ବଦ୍ରି ନାରାୟଣ ମିଶ୍ର ପର୍ଯ୍ୟବେକ୍ଷକ ଭାବରେ ଯୋଗ ଦେଇଥିଲେ ।

ନିର୍ବାଚନରେ ରବି ପଣ୍ଡା ପୁନଃ ସପ୍ତମ ଥର ପାଇଁ ସଭାପତି ଭାବରେ ନିର୍ବାଚିତ ହୋଇଥିବା ବେଳେ ବଦ୍ରି ପ୍ରସାଦ ସାହୁ ସାଧାରଣ ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିଲେ । ସେହିପରି ପ୍ରଭୁଚରଣ ମହାନ୍ତି ଓ ବ୍ୟୋମକେଶ କର ଉପ ସଭାପତି, ଜ୍ୟୋତି ରଞ୍ଜନ ମହାପାତ୍ର ଓ ନୀଳକଣ୍ଠ ଦୀପ ସମ୍ପାଦକ, ହେମନ୍ତ ନାୟକ କୋଷାଧ୍ୟକ୍ଷ , ରମଣୀ ରଂଜନ ବେହେରା ଅଫିସ ସମ୍ପାଦକ ଭାବେ ମନୋନିତ ହୋଇଥିଲେ। ରଞ୍ଜନ ଦେବତା ଜିଲ୍ଲା ସଂଯୋଜକ, ନରେନ୍ଦ୍ର କୁମାର ଦାଶ ଜିଲ୍ଲା ମିଡ଼ିଆ ସେଲ ସଂଯୋଜକ, କ୍ଷମାନିଧି ନାୟକ ଟ୍ରିବ୍ୟୁନାଲ ଅଧ୍ୟକ୍ଷ, ଯୁଧିଷ୍ଟିର ମହାପାତ୍ର ସାମ୍ବାଦିକ କଲ୍ୟାଣ ବିଭାଗ ଅଧ୍ୟକ୍ଷ ଭାବରେ ମନୋନିତ ହୋଇଥିଲେ ।

ସେହିପରି ବ୍ଲକ୍ ସଂଯୋଜକ ଭାବରେ ଅତାବିରା ବ୍ଲକ ପାଇଁ କୀର୍ତ୍ତନ ବିଶ୍ୱାଳ,ଅମ୍ବାଭୋନା ବ୍ଲକ ପାଇଁ ରଞ୍ଜିତ ଦାଶ, ବରଗଡ ବ୍ଲକ ପାଇଁ ନେପାଳ ପ୍ରଧାନ, ବରପାଲି ବ୍ଲକ ପାଇଁ ସୁବ୍ରତ ସାହୁ, ବିଜେପୁର ବ୍ଲକ ପାଇଁ ପାଣ୍ଡବ ପ୍ରଧାନ, ଭଟଲି ବ୍ଲକ ପାଇଁ ରାଜେଶ ମିଶ୍ର, ଝାରବନ୍ଧ ବ୍ଲକ ପାଇଁ ଦେବେନ୍ଦ୍ର ସାହୁ, ଭେଡେନ ବ୍ଲକ ପାଇଁ ବଳରାମ ବାଗ , ଗାଇସିଲେଟ ବ୍ଲକ ପାଇଁ ରଙ୍କମଣି ସାହୁ, ପାଇକମାଳ ପାଇଁ ଧିରେନ ମହାନ୍ତି, ପଦ୍ମପୁର ବ୍ଲକ ପାଇଁ ସୁଦାମ ପ୍ରଧାନ ଓ ସୋହେଲା ବ୍ଲକ ପାଇଁ ଅଶ୍ୱିନୀ ପାତ୍ର ମନୋନୀତ ହୋଇଛନ୍ତି । ଜାବର ବରିଷ୍ଠ ସଦସ୍ୟ ସିଂହନାଦ ପ୍ରଧାନ ମଞ୍ଚାସୀନ ଥିବା ବେଳେ ଏହି ବୈଠକରେ ସଂଘର ଜିଲ୍ଲାର ସମସ୍ତ ୧୨ ଗୋଟି ବ୍ଲକ ୟୁନିଟ ରୁ ପ୍ରାୟ ୭୦ ଜଣ ସଦସ୍ୟ ଯୋଗଦାନ କରିଥିଲେ । ବରିଷ୍ଠ ସଦସ୍ୟ ପଦ୍ମଲୋଚନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

error: Content is protected !!