ପାଇକମାଲ-ପାଇକମାଲ ତହସିଲ ଅଫିସ କୁ ଲାଗିରହିଥିବା ଜର୍ଜଗଡ଼ ୨୬ତମ ଦୁର୍ଗାପୂଜା କଳସ ଯାତ୍ରା ବୁଧବାର ଅପରାହ୍ନ ।ରେ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ମା ଭଉଣୀ, ଭାଇ ମାନେ ଏକ କଳସ ଶୋଭାଯାତ୍ରା ରେ ବାହାରି ୧୦୮ କଲସିରେ ନୃସିଂହ ନାଥ ରୁ ବହି ଆସୁଥିବା ପବିତ୍ର ଝରଣା ପାଣି ଆଣି ଘଣ୍ଟ, ଶଙ୍ଖ, ହୁଳହୁଳି, ହରିବୋଲ, ବାଜା, ଘଣ୍ଟପାଟି ସହ ଭକ୍ତି ସହକାରେ ଆସି ଦୁର୍ଗାପୂଜା ପୀଠରେ ସ୍ଥାପନ କରିଥିଲେ ।
ଏହି ପୁଜା ପାଇଁ ଗ୍ରାମର ୧୧ ଜଣିଆ ମୁଖିଆ ମାନଙ୍କୁ ନେଇ ଏକ ଉପଦେଷ୍ଟା କମିଟି ଗଠନ କରାଯାଇଥିବା ବେଳେ କମିଟିର ସଭାପତି ଗୋପାଳ ସା, ସମ୍ପାଦକ କୈଳାସ କୁମ୍ଭାର, ତଥା କେସିଅର ମନୋହର ପୁଞ୍ଜି ଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଛି ।
ପୁଜା କର୍ତ୍ତା ଭାବେ ହଳଧର ଦାଶ ଓ ତାଙ୍କ ସହଧର୍ମିଣୀ ସୁନିତା ମିଶ୍ର ଦାଇତ୍ୱ ତୁଲାଉଛନ୍ତି, ସେହିପରି ପୁଜା କାର୍ଯ୍ୟ ପଣ୍ଡିତ ଦେବରାଜ ପଣ୍ଡା, ଓ ମନୋଜ ପୁରୋହିତ କାର୍ଯ୍ୟ ତୁଲାଉଛନ୍ତି । ଆଜି କଳସ ଯାତ୍ରା ସମ୍ପର୍ଣ୍ଣ ପରେ ମା ଦୁର୍ଗାଙ୍କ ର ପୁଜା କାମ ଶୁଭାରମ୍ଭ କରାଯାଇଛି ବୋଲି ଦୁର୍ଗାପୂଜା କମିଟିର ସଭାପତି ଗୋପାଳ ସା ଜଣାଇଛନ୍ତି ।