Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଜମରତଲାରେ ଦ୍ଵିତୀୟ ଅଭିଭାବକ,ଅଭିଭାବିକା,ଶିକ୍ଷକ ଓ ପରିଚାଳନା କମିଟି ବୈଠକ ଅନୁଷ୍ଠିତ l

ଜମରତଲାରେ ଦ୍ଵିତୀୟ ଅଭିଭାବକ,ଅଭିଭାବିକା,ଶିକ୍ଷକ ଓ ପରିଚାଳନା କମିଟି ବୈଠକ ଅନୁଷ୍ଠିତ l

ପଦ୍ମପୁର – ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଜମରତଲାରେ ଦ୍ଵିତୀୟ ଅଭିଭାବକ/ଅଭିଭାବିକା, ଶିକ୍ଷକ ଓ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ।ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାଜେଶ କୁମାର ଖମାରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ସଂପର୍କରେ ଆଲୋଚନା କରାଯାଇଥିଲା ।

ବୈଠକରେ ସାଇବର ସୁରକ୍ଷା, ଛାତ୍ର ଛାତ୍ରୀ ମାନଙ୍କ ନିରାପତ୍ତା, ଇକୋ କ୍ଳବ୍,ବିଦ୍ୟାଳୟରେ ନାମଲେଖା, କୈଶାେର ଛାତ୍ରୀ ମାନଙ୍କ ସ୍ବାସ୍ଥ୍ୟ ସଚେତନତା,ବେଟି ବଚାଓ ବେଟି ପଢ଼ାଓ ଇତ୍ୟାଦି ବିଷୟରେ ପ୍ରଧାନ ଶିକ୍ଷକ ମାର୍ଗଦର୍ଶନ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ କୁଞ୍ଜର।ଜ ବରିହା,ଦଶରଥ ବରିହା,ପବିତ୍ର ବିଶ୍ଵାଳ,ଶ୍ରୀମତୀ ସୌଦାମିନୀ ସାହୁ, ଜନକ ସୂତା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

କାର୍ଯ୍ୟକ୍ରମ ପରିଚାଳନା ରେ ବିଦ୍ୟାଳୟର ଶିକ୍ଷକ ସୂର୍ଯ୍ୟକାନ୍ତ ବାରିକ, କୁଳମଣି ପ୍ରଧାନ, ରଘୁନାଥ ପୁରି,ଭିଷ୍ମଦେବ ବାରିକ ଓ ନରୋତ୍ତମ ସେଠ୍ ସହଯୋଗ କରିଥିଲେ ।

error: Content is protected !!