Sunday, March 8, 2026
Homeରାଜ୍ୟଜମରତଲା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ...

ଜମରତଲା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ ।

ପଦ୍ମପୁର – ଜମରତଲା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାଜେଶ କୁମାର ଖମାରୀ ଙ୍କ ତତ୍ବାବଧାନରେ ପାଳିତ ହୋଇଛି। ପ୍ରଥମେ ପ୍ରଧାନ ଶିକ୍ଷକ ଓ ଉପସ୍ଥିତ ଶିକ୍ଷକ ବୃନ୍ଦ ଦୁଇ ବିପ୍ଳବୀ ବୀର ଙ୍କୁ ମାଲ୍ୟାର୍ପଣ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଖମାରୀ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବିପ୍ଲବର ଗାଥା ଛାତ୍ରଛାତ୍ରୀ ମାନଙ୍କୁ ଶୁଣାଇ ସେମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ବାନ କରିଥିଲେ ।

ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ତର୍କ,ପତ୍ର ଲିଖନ ଓ ଡ୍ରଇଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯକ୍ରମକୁ ଶ୍ରୀ ରୂପଧର ନାୟକ ସଂଯୋଜନା କରିଥିବାବେଳେ ଶ୍ରୀ ହେମାନନ୍ଦ ଚୁହାନ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷକ ଶ୍ରୀଯୁକ୍ତ କୁଳମଣି ପ୍ରଧାନ, ଭିଷ୍ମଦେବ ବାରିକ,ଘନଶ୍ୟାମ ସାହୁ, ସାନନ୍ଦ ମହାନନ୍ଦ, ବୈଷ୍ନବ ସୁନା,ସଂଧ୍ୟାରାଣୀ ବେହେରା,ଉପେନ୍ଦ୍ର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ‌‌

error: Content is protected !!