Saturday, March 7, 2026
Homeରାଜ୍ୟଜମରତଲା ବିଦ୍ୟାଳୟରେ ବୃକ୍ଷ ରୋପଣ ।

ଜମରତଲା ବିଦ୍ୟାଳୟରେ ବୃକ୍ଷ ରୋପଣ ।

ପଦ୍ମପୁର – ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ,ଜମରତଲାରେ ବିଦ୍ୟାଳୟର ଇକୋକ୍ଳଵ ଓ ଏଲ୍.ଆଇ.ସି ପଦ୍ମପୁରର ମିଳିତ ଆନୁକୂଲ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଲ୍.ଆଇ.ସି ପଦ୍ମପୁର ତରଫରୁ ୩୦ ଗୋଟି ବିଭିନ୍ନ ପ୍ରକାରର ଫଳ ଚାରା ଗଛ ଧରି ପ୍ରଶାସନିକ ଅଧିକାରୀ ଅକ୍ଷୟ କୁମାର ପ୍ରଧାନ ଅନ୍ୟ କର୍ମଚାରୀ ମାନଙ୍କ ସହ ବିଦ୍ୟାଳୟରେ ଉପସ୍ଥିତ ଥିଲେ। ପ୍ରଧାନ ଶିକ୍ଷକ ରାଜେଶ କୁମାର ଖମାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଛାତ୍ରଛାତ୍ରୀ ଓ ଶିକ୍ଷକ ମାନେ ବୃକ୍ଷ ରୋପଣ କରି ଏହାର ଯତ୍ନ ନେବାକୁ ଶପଥ ଗ୍ରହଣ କରିଥିଲେ। ଏଲ୍.ଆଇ.ସି ପଦ୍ମପୁରର ଏହି ପରିବେଶ ସୁରକ୍ଷା କାର୍ଯ୍ୟକ୍ରମକୁ ଅଞ୍ଚଳବାସୀ ବେଶ ପ୍ରଶଂସା କରିଛନ୍ତି।

error: Content is protected !!