Saturday, March 7, 2026
Homeରାଜ୍ୟଜମରତଲା ବିଦ୍ୟାଳୟରେ ବିଶ୍ଵ ଓଜୋନ ଦିବସ ପାଳିତ ।

ଜମରତଲା ବିଦ୍ୟାଳୟରେ ବିଶ୍ଵ ଓଜୋନ ଦିବସ ପାଳିତ ।

ପଦ୍ମପୁର – ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ,ଜମରତଲାରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାଜେଶ କୁମାର ଖମାରୀଙ୍କ ସଭାପତିତ୍ବରେ ବିଶ୍ଵ ଓଜୋନ ଦିବସ ପାଳିତ ହୋଇଯାଇଛି। ଶ୍ରୀଯୁକ୍ତ ଖମାରୀ ଚଳିତ ବର୍ଷ ବିଶ୍ଵ ଓଜୋନ ଦିବସର ମୂଳ ପ୍ରସଙ୍ଗ “ବିଜ୍ଞାନରୁ ବୈଶ୍ବିକ ପଦକ୍ଷେପ” ସମ୍ପର୍କରେ ଆଲୋଚନା କରି ବିପଦରେ ଥିବା ପୃଥିବୀର ରକ୍ଷାକବଚକର ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ଵ ବୋଲି ମତବ୍ୟକ୍ତ କରିଥିଲେ । ଆଗାମୀ ପିଢ଼ି ପାଇଁ ଏକ ସୁସ୍ଥ ପରିବେଶ ସୃଷ୍ଟି କରିବା ହିଁ ଧରିତ୍ରୀ ମା’କୁ ଉପଯୁକ୍ତ ସମ୍ମାନ ଓ ଏ ସଚେତନତା ବାର୍ତାକୁ ସମାଜରେ ପ୍ରେରଣ କରିବାକୁ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ।

ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ କୁଇଜ୍, ରଚନା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ବିଜ୍ଞାନ ଶିକ୍ଷକ ରୂପଧର ନାୟକ ସଂଯୋଜନା କରିଥିବା ବେଳେ ବିଦ୍ୟାଳୟର ଶିକ୍ଷକ ସୂର୍ଯ୍ୟକାନ୍ତ ବାରିକ,କୁଳମଣି ପ୍ରଧାନ, ନରୋତ୍ତମ ସେଠ, ହେମାନନ୍ଦ ଚୁହାନ, ଭୀଷ୍ମଦେଵ ଵାରିକ, ଘନଶ୍ୟାମ ସାହୁ,ସନ୍ଧ୍ୟାରାଣୀ ବେହେରା, ଦିବ୍ୟାରାଣୀ ନାଗ ଓ ଉପେନ୍ଦ୍ର ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

error: Content is protected !!