Sunday, April 13, 2025
spot_imgspot_imgspot_img
Homeଖେଳଜମନକିରାରେ ସେବା ସପ୍ତାହ ପାଳିତ ।

ଜମନକିରାରେ ସେବା ସପ୍ତାହ ପାଳିତ ।

କୁଚିଣ୍ଡା(ତପନ ଦାଶ)-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୪ ତମ ଜନ୍ମଦିନ ଅବସରରେ ଦଳ ସେବା ସପ୍ତାହ ପାଳନ କରୁଥିବା ବେଳେ ରକ୍ତଦାନ ଠାରୁ ଆରମ୍ଭ କରି ସ୍ୱଚ୍ଛ ଭାରତ ଅଭିଯାନ ଭଳି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି। ଏହି ଅବସରରେ ଆଜି କୁଚିଣ୍ଡା ଉପଖଣ୍ଡ ଜମନକିରା ମଣ୍ଡଳର ଭାରତୀୟ ଜନତା ପାର୍ଟି କର୍ମୀ ମାନେ ସ୍ୱଚ୍ଛ ଭାରତ ଅଭିଯାନରେ ସାମିଲ ହୋଇ ଜମନକିରା ଡାକ୍ତରଖାନା ପରିସରରେ ସଫେଇ କରିଛନ୍ତି।

କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ଗ୍ରାମ ଉନ୍ନୟନ, ପଞ୍ଚାୟତରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବିନାରାୟଣ ନାଏକ ଯୋଗଦେଇ ହାତରେ କୋଡ଼ି ଧରି ଦଳୀୟ କର୍ମୀଙ୍କ ସହ ସଫେଇ କରିଛନ୍ତି। ଡାକ୍ତରଖାନା ପରିସରରେ ଥିବା ଅନାବନା ଘାସ ସଫା କରିବା ସହ ବ୍ଲିଚିଙ୍ଗ ପକାଇ ସ୍ୱଚ୍ଛ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ନିଜର ପରିବେଶ ସ୍ୱଚ୍ଛ ରଖିବା ସହ ନିଜେ ସୁରକ୍ଷିତ ରହିବାକୁ ଆହ୍ୱାନ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ସାଂସଦ ପ୍ରତିନିଧି ରମେଶ ସାହୁ, ମଣ୍ଡଳ ସଭାପତି ଅମୋଘ ପାଣିଗ୍ରାହୀଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ।

error: Content is protected !!