ପଦ୍ମପୁର- ବର୍ତ୍ତମାନ ସମୟରେ ଲୋକ ମାନେ ସୁଖ ଓ ଶାନ୍ତି ଜୀବନ ଯାପନ ପାଇଁ ବେଶ ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି । ଆରାମ ଦାୟକ ଜୀବନ ପାଇଁ ଅଜାଣତରେ ପରିବେଶର ବହୁ କ୍ଷତି ମଧ୍ୟ କରୁଛନ୍ତି ଯାହାର ପ୍ରଭାବ ମଣିଷ ସମାଜ ଉପରେ ପଡୁଛି । ଯୁବ ସମାଜ ନିଜ ଜନ୍ମଦିନ ପାଳନ ପାଇଁ ବିଭିନ୍ନ ବଡ ବଡ ତାରକା ହୋଟେଲରେ ହଜାର ହଜାର ଟଙ୍କା ଖଚ୍ର୍ଚ କରି ମଉଜମଜଲିସ କରୁଛନ୍ତୀ ।
ପଦ୍ମପୁର ସହର ଅଂଚଳ ମହାବିଦ୍ୟାଳୟର ଯୁକ୍ତତିନି ଦ୍ୱିତୀୟ ବର୍ଷ ଛାତ୍ର ବିର ଶର୍ମା ନିଜ ୨୦ତମ ଜନ୍ମ ଦିବସରେ ପରିବେଶ ସୁରକ୍ଷା ବାର୍ତ୍ତା ନେଇ ୧୦୦ ଗୋଟି ଚାରା ଏନଏସଏସ ପ୍ରୋଗ୍ରାମ ପାଇଁ ପ୍ରଦାନ କରିଛନ୍ତି । ଏହି ସମୟରେ ଡ. ବିରଞ୍ଚି ସାହୁ, ନବ କିଶୋର ମିଶ୍ର,ସଂଜୟ ଟିଗା,ଭରବଙ୍କନଶ୍ୱର ବରିହା,ବୁନି ସାହୁ,ସସ୍ମିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।