Saturday, March 7, 2026
Homeରାଜ୍ୟଜଙ୍ଗଲ ସୁରକ୍ଷା ନେଇ ପଦ୍ମପୁର ବନାଞ୍ଚଳ ପକ୍ଷରୁ ପାଳା ମାଧ୍ୟମରେ ସଚେତନ ।

ଜଙ୍ଗଲ ସୁରକ୍ଷା ନେଇ ପଦ୍ମପୁର ବନାଞ୍ଚଳ ପକ୍ଷରୁ ପାଳା ମାଧ୍ୟମରେ ସଚେତନ ।

ପଦ୍ମପୁର-ପଦ୍ମପୁର ବନାଞ୍ଚଳ କାର୍ଯ୍ୟାଳୟ ତରଫରୁ ବିଭିନ୍ନ ଗ୍ରାମରେ ଜନ ସାଧାରଣଙ୍କୁ ଜଙ୍ଗଲ ନିଆଁ ନିରାକରଣ ପାଇଁ ସଚେତନ କରିବା ପାଇଁ ଗୋଟିଏ ରଥ ମାଧ୍ୟମରେ ଗାଁ ଗାଁ ଯାଇ ସଚେତନ କରାଯାଉଅଛି । ଏହା ସହ ବରଗଡ ଅତିରିକ୍ତ ବନ ସଂରକ୍ଷକ ହରମୋହନ ରଥଙ୍କ ଉପସ୍ଥିତିରେ ସାନକୁଞ୍ଜରୀ ଗ୍ରାମର ମଧ୍ୟ ଭାଗରେ ତାରାକାନ୍ତ ଛତର ଏବଂ ତାଙ୍କ ସହଯୋଗୀଙ୍କ ଦ୍ୱାରା ପାଲା ପରିବେଷଣ କରାଯାଇଥିଲା । ଏହି ପାଲା ମାଧ୍ୟମରେ ଜଙ୍ଗଲ ନିଆଁ କୁ ଆଗାମୀ ଦିନରେ କିପରି ରୋକା ଯାଇ ପାରିବ ସେହି ବିଷୟ ଉପରେ ଆଲୋକପାତ କରିବା ସହିତ ଜଙ୍ଗଲର ଉପାଦେୟତାକୁ ଲୋକ ମାନଙ୍କୁ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପଦ୍ମପୁର ବନାଞ୍ଚଳ ଅଧିକାରୀ ରମେଶ ଚନ୍ଦ୍ର ସାହୁ, ବନପାଲ ଜଗଦଳପୁର ରାଧାକାନ୍ତ କୁମ୍ଭାର ଉପସ୍ଥିତ ରହି ଲୋକମାନଙ୍କ ସହିତ ଆଲୋଚନା କରି ସଚେତନ କରିଥିଲେ ।

error: Content is protected !!