Saturday, March 7, 2026
Homeରାଜ୍ୟଜଗବନ୍ଧୁ ଦାସ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆତ୍ମ ସୁରକ୍ଷା ତାଲିମ୍ ଶିବିର ।

ଜଗବନ୍ଧୁ ଦାସ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆତ୍ମ ସୁରକ୍ଷା ତାଲିମ୍ ଶିବିର ।

ବରପାଲି-ବରପାଲି ଜଗବନ୍ଧୁ ଦାଶ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ପ୍ରଦୀପ କୁମାର ମେହେରଙ୍କ ଅଧକ୍ଷତାରେ ମହିଳା ଆତ୍ମ ସୁରକ୍ଷା ତାଲିମ୍ ଶିବିର ଆୟୋଜିତ ହୋଇଯାଇଛି। କ୍ରୀଡା ଶିକ୍ଷୟିତ୍ରୀ ବନ୍ଦିତା ପ୍ରଧାନଙ୍କ ତତ୍ବିଧାନରେ ବାର୍ଷିକ ଆତ୍ମ ସୁରକ୍ଷା ତାଲିମ୍ ଶିବିର ପରିଚିଳିତ ହୋଇଥିଲା। ସୋମବାର ପୁର୍ବାହ୍ନରୁ ଆରମ୍ଭ ହୋଇଥିବା ଶିବିରଟି ଆଗାମି ଆଠ ଦିନ ପର୍ଯ୍ଯନ୍ତ ପରିଚାଳିତ ହେବ।

ଶିବିରରେ ମାଷ୍ଟର ଟ୍ରେନର୍ ଭାବରେ ଜଗବନ୍ଧୁ ଦାସ ମହିଳା ସ୍ନାତକ ମହାବିଦ୍ୟାଳୟ ପୂର୍ବତନ ଛାତ୍ରୀ ରୂପାଲି ମେହେର, ସୁଭସ୍ମିତା ବୁଧିଆ, ରେଣୁକା ଗହୀର ଏବଂ ଝୁମି ସେଠ ପ୍ରମୁଖ ଯୋଗ ଦେଇ ଆତ୍ମସୂରକ୍ଷା ଭିତ୍ତିକ ରଣକୌଶଳ ସହ ଭିନ୍ନଭିନ୍ନ ଶୈଳି ମାନଙ୍କ ଉପରେ ବୁଝାଇବା ସହ ତାଳିମ କାର୍ଯ୍ଯ ଆରମ୍ଭ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ସୂଧାଂଶୁ କୁମାର ଦାଶ, ରବିନ୍ଦ୍ର ସାହୁ, ମିନତି ବାବୁ, ଅନ୍ତର୍ଯ୍ୟାମି ପଣ୍ଡା, ସୁରେନ୍ଦ୍ର ଦୀପ, ନିରଜ ସାହୁ, ପ୍ରଦୀପ ମିଶ୍ର, ପ୍ରକାଶ ନନ୍ଦ ଏବଂ ଆନନ୍ଦ ବେହେରା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

error: Content is protected !!