Tuesday, February 4, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ।

ଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ।

ଅତାବିରା(ସୁରେନ୍ଦ୍ର କଠାର)-ଅତାବିରା ବ୍ଲକ ଅନ୍ତର୍ଗତ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଝିଲିମିଣ୍ଡାର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶିଶିର କୁମାର ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଭିମସାର୍ ବୁର୍ଲାର ୟୁରୋଲୋଜି ମୁଖ୍ଯ ପ୍ରଫେସର ଡକ୍ଟର ସଞ୍ଜୟ କୁମାର ମହାପାତ୍ର ମୁଖ୍ଯ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବରେ ଝିଲିମିଣ୍ଡା ପଞ୍ଚାୟତର ସରପଞ୍ଚ ଶ୍ରାମତୀ ପୂଜା କୁମ୍ଭାର, ସମିତି ସଭ୍ଯା ଶ୍ରୀମତୀ ମଞ୍ଜୁଲତା ବଢ଼େଇ, ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ମକରଧ୍ବଜ ଭୋଇ ମଞ୍ଚାସୀନ ଥିଲେ। ଏହି ଅବସରରେ ଛାତ୍ର ଛାତ୍ରୀମାନଙ୍କୁ ବିଭିନ୍ନ ବିଭାଗରରେ ପାରଦର୍ଶିତା ପାଇଁ ଅତିଥିଙ୍କଦ୍ବାରା ପୁରସ୍କୃତ କରାଯାଇଥିଲା।

ବାର୍ଷିକ ଖେଳରେ ବାଳକ ବିଭାଗରେ ରୋସନ ସାହୁ ଏବଂ ବାଳିକା ବିଭାଗରେ ଅଲିଭା ପଧାନ ଚମ୍ପିୟାନ ହୋଇଥବାରୁ ସେମାନଙ୍କୁ ସ୍ବତନ୍ତ୍ର ଟ୍ରଫିମାନ ଦିଆଯାଇଥିଲା। ପିଲାଙ୍କ ଜାତୀୟ ବିଜ୍ଞାନ କଂଗ୍ରେସରେ ଜାତୀୟ ସ୍ତରରେ ଭୋପାଳ ଯାଇ ନିଜର ପ୍ରକଳ୍ପ ପ୍ରଦର୍ଶନ କରି ବିଦ୍ୟାଳୟର ସୁନାମ ଆଣିଥିବାରୁ ଜିଜ୍ଞାସା ବେହେରା ଓ ସୋମେଶ କୁମାର ମହାକୁରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବରିଷ୍ଠ ଶିକ୍ଷକ ଧର୍ମରାଜ ପ୍ରଧାନ ସଭା ସଂଯୋଜନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ଶ୍ରୀଯୁକ୍ତ ନିରଞ୍ଜନ ପ୍ରଧାନ, ଶ୍ରୀଯୁକ୍ତ ରୋହିତ କୁମାର ଭୋଇ, ଶ୍ରୀଯୁକ୍ତ ପ୍ରତାପ କୁମାର ରଣା,ସୁଶ୍ରୀ ନମିତା କର୍ଣ୍ଣ , ଶ୍ରୀଯୁକ୍ତ ବାବୁଲାଲ ପ୍ରଧାନ, ଶ୍ରୀମତୀ ରାଧା ମହାକୁର ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।

error: Content is protected !!