Sunday, March 8, 2026
Homeରାଜ୍ୟଜଗନ୍ନାଥ ଉଚ୍ଚ ବିଦ୍ୟାଳୟ କନ୍ଦାଗାଡରେ ବନମହୋତ୍ସବ ।

ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ କନ୍ଦାଗାଡରେ ବନମହୋତ୍ସବ ।

ଗାଇସିଲାଟ-ଗାଇସିଲାଟ ବ୍ଲକ ଅନ୍ତର୍ଗତ କନ୍ଦାଗାଡ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସବ ତଥା ମା ପାଇଁ ଗଛ ଟି କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ପରିବେଶ ସୁରକ୍ଷା ଓ ସଚେତନତା ସମ୍ବନ୍ଧିତ ଏକ ସଭା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିଷ୍ଣୁ ଭୋଇଙ୍କ ତତ୍ତ୍ୱlବଧାନରେ ଅନୁଷ୍ଠିତ ହୋଇଥିଲା । ବର୍ତ୍ତମାନ ସମୟରେ ପରିବେଶ କ୍ଷୟକ୍ଷତି ଯୋଗୁଁ ମଣିଷ କିଭଲି ସମସ୍ୟା ଭୋଗୁଛି ଓ ଏହାର ନିରାକରଣ ଉପରେ ଛାତ୍ରଛାତ୍ରୀ ମାନଙ୍କୁ ଆଲୋକପାତ କରିଥିଲେ । ୧୪୦ ଜଣ ଛାତ୍ରଛାତ୍ରୀ ନିଜ ମା ଙ୍କ ନାମରେ ବିଦ୍ୟାଳୟ ଖେଳ ପଡିଆ ପରିସରରେ ବୃକ୍ଷ ରୋପଣ କରିଥିଲେ l କାର୍ଯ୍ୟକ୍ରମକୁ ସମସ୍ତ ଶିକ୍ଷକ ଅଣଶିକ୍ଷକ ସାହାଯ୍ୟ କରିଥିଲେ । ଖେଳ ଶିକ୍ଷକ ଅଶେଷ କୁମାର ଦାଶ ଛାତ୍ରଛାତ୍ରୀମାନଙ୍କୁ ନିଜ ନିଜ ଗଛର ଯତ୍ନ ପ୍ରତି ଶନିବାର ଦିନ ନେବା ପାଇଁ କହିଥିଲେ ।

error: Content is protected !!