ପାଇକମାଳ-ପାଇକମାଳ ବ୍ଳକ ଛିନ୍ଦେଇକେଲା ସରକାରୀ ଉଚ୍ଚ ବିଦ୍ୟାଳୟରେ ଚଲିତ ମାଟ୍ରିକ ପରୀକ୍ଷାରେ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁ ତଥା ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ତତ୍ତ୍ଵାବଧାନରେ ଛାତ୍ରଛାତ୍ରୀମାନେ ଶତପ୍ରତିଶତ ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ୨୦୨୪-୨୫ ଶିକ୍ଷା ବର୍ଷରେ ୫୨ ଜଣ ଛାତ୍ରଛାତ୍ରୀରୁ ୫୨ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଏ୨ରେ ୨ ଜଣ,ବି୧ ୧୪ ଜଣ,ବି୨ ୧୫ ଜଣ,ସି ୧୭ ଜଣ,ଡି ୪ଜଣ କୃତକାର୍ଯ୍ୟ ହୋଇଛନ୍ତି। ପ୍ରତି ବର୍ଷ ଛିନ୍ଦେଇକେଲା ହାଇସ୍କୁଲ ଶତ ପ୍ରତିଶତ ଫଳାଫଳ ଆଣୁଛି।

ଆମ ମାନଙ୍କ ଆକ୍ଳାନ୍ତ ପରିଶ୍ରମ ତଥା ଉଚିତ ମାର୍ଗଦର୍ଶନ ଦର୍ଶନରେ ଆମ ସ୍କୁଲ ଶତପ୍ରତିଶତ ସଫଳତା ଆଣୁଛି ଏଥିପ୍ରତି ଶିକ୍ଷକ ଶିକ୍ଷୟିତ୍ରୀ ତଥା ସ୍କୁଲ ପରିଚାଳନା କମିଟି ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁ ଧନ୍ୟବାଦ ଦେଇଛନ୍ତି। ସେହିପରି ଜାମସେଠ ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଗୋପାଳ ପ୍ରସାଦ ବେହେରା ତଥା ଶିକ୍ଷକ ଶିକ୍ଷୟିତ୍ରୀ ତତ୍ତ୍ଵାବଧାନରେ ଛାତ୍ରଛାତ୍ରୀମାନେ ୮୦.୯୫ ପ୍ରତିଶତ ସଫଳତା ଆଣିଛନ୍ତି। ଏ୨ ୨ଜଣ,ବି୧ ୧୦ ଜଣ,ବି୨ ୧୩ ଜଣ,ସି ୮ ଜଣ,ଏଫ ୧ ଜଣ କୃତକାର୍ଯ୍ୟ ହୋଇଛନ୍ତି।


