ପଦ୍ମପୁର- ସାଧାରଣ ନିର୍ବାଚନ ତାରିଖ ଘୋଷଣା ପରେ ସିମାନ୍ତ ଅଂଚଳରେ ପୋଲିସର ଯାଞ୍ଚ ପ୍ରକ୍ରିୟା ବଢାଇ ଦିଆଯାଇଛି । ପଦ୍ମପୁର ଉପଖଣ୍ଡ ଜଗଦଲପୁର ପୋଲିସ ପକ୍ଷରୁ ଧଉରାଭଟା ଛକ ନିକଟରେ ଯାନବାହନ ଯାଞ୍ଚସମୟରେ ବୌଦ୍ଧ ଜିଲ୍ଲାରୁ ଛତିଶଗଡକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଜଗଦଲପୁର ପୋଲିସ ଗିରଫ କରିଛି । ପୋଲିସ ପକ୍ଷରୁ ମିଲିଥିବା ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲ୍ା କଣ୍ଟାମାଲ ଥାନା ଚାରପାଲି ଗାଁ ର ଦାମୋଦର ବେହେରା ଓ ଗମ୍ଭାରିପଦରର ସନ୍ତୋଷ ବଛା ଠାରୁ ୧୧ କେଜି ୫୦୦ ଗ୍ରାମ ଓଜନର ଗଞ୍ଜେଇ ସହ ହିରୋହୋଣ୍ଡା ମୋଟର ସାଇକଲ ଯାହାର ନମ୍ବର ଓଆର-୩୧-୦୦୨୦ , ଗୋଟିଏ ମୋବାଇଲ ଫୋନ , ଗୋଟିଏ ପାନକାର୍ଡ ଓ ୩୦୦ଟଙ୍କା ନଗଦ ରାଶି ଜବତ କରିବା ସହ ଜଗଦଲପୁର ଥାନା କେଶ ନମ୍ବର ୬୮ ତାରିଖ ୨୩/୩/୨୦୨୪ ଅନୁସାରେ କୋର୍ଟ ଚାଲାଣ କରିଥିବା ଜଗଦଲପୁର ଥାନା ଅଧିକାରୀ କୈଳାଶ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।