Saturday, March 7, 2026
Homeଅଘଟଣଚୋରା ଚାଲାଣ ବେଲେ ଖଇର କାଠ ଜବତ।

ଚୋରା ଚାଲାଣ ବେଲେ ଖଇର କାଠ ଜବତ।

ପଦ୍ମପୁର -ପଦ୍ମପୁର ବନାଞ୍ଚଳ ଅନ୍ତର୍ଗତ ଗାଇସିଲେଟ ସେକ୍ସନ ରେ ଗତ ବୁଧବାର ବିଳମ୍ବିତ ରାତିରେ ବନାଞ୍ଚଳ ଅଧିକାରୀ ରଞ୍ଜିତ ସିଂ ବାବୁଙ୍କ ତତ୍ତ୍ଵାବଧାନରେ ଏକ ଟିମ୍ ଗଠନ କରି ରାତ୍ରି ପେଟ୍ରୋଲିଙ୍ଗ କରାଯାଇଥିଲା।ଏହି ସମୟରେ କନ୍ଦୁମୁଣ୍ଡା ଠାରୁ ଡାଙ୍ଗବାହାଲ ରାସ୍ତାରେ ଏକ ମେକ୍ସ ପିକପ ଓ ଆର ୧୭ଏଫ୨୧୮୫ ଗାଡିରେ ୧୨କ୍ବୁଣ୍ଟାଳ ଖଇର ଗଣ୍ଡି ଚୋରାଚାଲାଣ ହେଉଥିବା ବେଳେ ଜଙ୍ଗଲ ବିଭାଗ ତରଫରୁ ଧରାଯାଇଛି।ଯାହାର ଅନୁମାନିକ ମୂଳ୍ଯ ୬୦୦୦୦ ହେବ ବୋଲି ବନାଞ୍ଚଳ ଅଧିକାରୀ ରଞ୍ଜିତ ସିଂ ବାବୁ ସୂଚନା ଦେଇଛନ୍ତି।ଗାଡି ଏବଂ ଖଇର କାଠକୁ ଯପ୍ତ କରି କେସ ନଂ ୩,୨୦୨୫/୨୬ ନୁସାରେ ଏକ ମାମଲା ରୁଜୁ କରାଯାଇଛି। ଏହି ଚଢାଉ ରେ ଫରେଷ୍ଟର ଝରଣା ସାହୁ, ସରୋଜ ସାହୁ, ଫରେଷ୍ଟ ଗାର୍ଡ ପୃଥିରାଜ ଭୋଇ,ମାନଠେଟୁଆ, ଦାମୋଦର ବିଶ୍ବାଳ,ରାଜା ଡନସେନା,ମନୋଜ ବଡଗୁଛିଆଙ୍କ ସମେତ କେସରଞ୍ଜନ ବୁଡେକ ସାମିଲ ହୋଇଥିଲେ। ପଦ୍ମପୁର ରେଞ୍ଜରଙ୍କ ଏହି ସଫଲତାକୁ ଜନସାଧାରଣ ରେ ପ୍ରଶଂସା କରାଯିବା ସହ ଜଙ୍ଗଳ ଯାତ ଦ୍ରବ୍ୟ ଚୋରାଚାଲାଣ କରୁଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ କକୁଆ ଭୟ ଖେଲି ଯାଇଛି।

error: Content is protected !!