
ପଦ୍ମପୁର-ଝାନସୀରାଣୀ ଲକ୍ଷ୍ମୀବାଈ ଜୟନ୍ତୀ ସମାରୋହ ଅବସରରେ ଚେତନା ପରିଷଦର ସକ୍ରିୟ ସଦସ୍ୟ ସନ୍ତୋଷ କୁମାର ବୈକାରଙ୍କ ସ୍ମୃତିରେ ସଭାପତି ହରି ଶଙ୍କର ସିଂଙ୍କ ସଂଯୋଜନାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପଦ୍ମପୁର ବଣିକ ସଂଘ ସଭାପତି ପ୍ରତାପ ମିଶ୍ର ଓ ଯୁବ ନେତା ପ୍ରିତେଶ ବହିଦାର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫିତା କାଟି ଶିବିରର ଶୁଭ ଉଦଘାଟନ କରିବା ସହ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।

ଏହି ଶିବିରରୁ ମୋଟ ୩୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ପଦ୍ମପୁର ରକ୍ତ ଭଣ୍ଡାରର ଇନଚାର୍ଜ ଡାକ୍ତର ଡବୁ ସେଠ, ଶ୍ୟାମ ସୁନ୍ଦର ସାହୁ, ନିତେଶ ପ୍ରଧାନ, ରାଜୀବ ତାଣ୍ଡି ପ୍ରମୁଖ ରକ୍ତ ସଂଗ୍ରହ କରିବାରେ ସହଯୋଗ କରିଥିଲେ । ଭୁପେଶ କୁମାର ସାହୁ, ମନୋଜ ମହାନ୍ତି, କିଶୋର ପାତ୍ର, ସୁନିଲ ଅଗ୍ରୱାଲ, ରାକେଶ ସାହୁ, ସୁଧାଂଶୁ ତ୍ରିପାଠୀ, ସତ୍ୟବ୍ରତ ସାହୁ, ଚନ୍ଦ୍ରଶେଖର ବାରିକ,ରାଜେଶ ନାଏକ, ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।



