Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଚିକିତ୍ସାଳୟର ସମସ୍ୟା ସମାଧାନ ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆଲୋଚନା।

ଚିକିତ୍ସାଳୟର ସମସ୍ୟା ସମାଧାନ ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆଲୋଚନା।

ପଦ୍ମପୁର-ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟାକୁ ଓଡିଶାର ଉପାନ୍ତ ଅଞ୍ଚଳ ଓ ସୀମାନ୍ତ ଛତିଶଗଡ଼ର ରୋଗୀମାନେ ସ୍ୱାସ୍ଥ୍ୟ ସେବା ପାଇଁ ଆସିଥାନ୍ତି।କିନ୍ତୁ ଆଶାନୁରୂପେ ସେବା ପାଇପାରି ନ ଥାନ୍ତି।ଅନେକ ଥର ଏ ସମ୍ପର୍କରେ ଅଭିଯୋଗ ହୋଇଛି।ଡାକ୍ତର ଓ ପାରା କର୍ମଚାରୀ ପଦବୀ ପୂରଣ,ପରିମଳ ବ୍ୟବସ୍ଥା,ରୋଗୀ ଓ ସମ୍ପର୍କୀୟଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ଉପରେ ଉପ ଖଣ୍ଡ ଚିକିତ୍ସାଧିକାରୀ ଡା ଆଶୁତୋଷ ହୋତାଙ୍କ ସହ ଆଲୋଚନା ହୋଇଥିଲା।

ସହରର ବିଭିନ୍ନ ପ୍ରମୁଖ ପ୍ରତିଷ୍ଠାନର ନାଗରିକ କମିଟି ସଭାପତି ରାମଚନ୍ଦ୍ର ତ୍ରିପାଠୀ,ବଣିକ ସଂଘ ସଭାପତି ପ୍ରତାପ ମିଶ୍ର,ଓକିଲ ସଂଘ ସଭାପତି ଆନନ୍ଦ ପଣ୍ଡା,ଆଶା ସତ୍କାର ସଭାପତି ନିରୋଜ ଦୋରା ଚିକିତ୍ସାଳୟକୁ ଯାଇ ସମସ୍ୟାର ସମାଧାନ ଓ ରୋଗୀ ସେବାକୁ ପ୍ରାଧାନ୍ୟ ଦେବାକୁ କହିଥିଲେ।ତାର ପ୍ରତ୍ୟୁତ୍ତରରେ ଉପଖଣ୍ଡ ଚିକିତ୍ସାଧିକାରୀ ଡା.ହୋତା ସମସ୍ତ ଡାକ୍ତର ଓ କର୍ମଚାରୀଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରିବି ବୋଲି ପ୍ରତିଶ୍ରୁତି ଦେଇଥିଲେ।

error: Content is protected !!