ଗାଇସିଲେଟ – ଭାରତ ସ୍ୱାଧୀନତା ର ଦୀର୍ଘ ବର୍ଷ ପୁରୀ ଯାଇଥିଲେ ମଧ୍ୟ ଆଜିଯାଏ ଚାଷୀ ଶ୍ରମିକ ସ୍ୱାଧୀନ ହୋଇନାହାନ୍ତି ଲ ନିଜ ହକ ପାଇଁ ଆନ୍ଦୋଳନ କଲେ ମିଳୁଛି ଦଫା ଜେଲ ରେ ଭରିବା ପାଇଁ ଧମକ l ଆଜି ଜୟ ଭାରତୀ ଶ୍ରମିକ ସଙ୍ଘ ଗାଇସିଲେଟ ଠାରେ ରାଜ ବୋଡା ସମ୍ବର କୃଷକ ଓ ଶ୍ରମିକ ସଂଗଠନ ର ବ୍ଲକ ସଭାପତି ଅରବିନ୍ଦ ପଣ୍ଡା ଙ୍କ ନେତୃତରେ ଏକ ବୈଠକ ଅନୁଷ୍ଠିତ ହୋଇଥିଳା l
ଏହି ବୈଠକରେ ସଂଯୁକ୍ତ କୃଷକ ସଂଗଠନ ବରଗଡ ଜିଲ୍ଲା ର ଉପଦେଷ୍ଟା ଓ ଚାଷୀନେତା ରମେଶ ମହାପାତ୍ର ଙ୍କର ବିରୁଦ୍ଧରେ ହୋଇଥିବା ମିଥ୍ୟା ମାମଲା ଘଟଣା କୁ ଦୃଢ଼ ଭାବରେ ନିନ୍ଦା କରାଯାଇଥିଲା l ଟାଟା ପାୱାର, ପ୍ରଶାସନ ଓ ସରକାର ମିଶି ସଂଗଠନ କୁ ଦୁର୍ବଳ କରିବାକୁ ଚେଷ୍ଟା କରୁଥିବାର ଚର୍ଚ୍ଚା ହେଲା l
ଚାଷୀନେତା ମହାପାତ୍ର ଯିଏ କି ଜଣେ ନିଷ୍ଠାବାନ ସମାଜସେବୀ ଗରିବ ଖଟିଖିଆ ମୁଲିଆ ଚାଷୀ ମାନଙ୍କ ହକ ଅଧିକାର ପାଇଁ ଲଢେଇ କରୁଥିବାରୁ ସରକାର ଅସହ୍ୟ ହୋଇ ଏପରି ଷଡଯନ୍ତ୍ର ରଚିଥିବା ଆଲୋଚନା ହୋଇଥିଲା l
ଗାଇସିଲେଟ ବ୍ଲକ କୃଷକ ସଂଗଠନ ଓ ଗାଇସିଲେଟ ବ୍ଲକର ସମସ୍ତ ସାମାଜିକ ସଂଗଠନ ତରଫରୁ ଶ୍ରୀଯୁକ୍ତ ମହାପାତ୍ର ଙ୍କ ନାମରେ ହୋଇଥିବା ସମସ୍ତ କେଶ କୁ ପ୍ରତ୍ୟାହାର କରାଯିବl ଶହ କ୍ଷମା ପ୍ରାର୍ଥନା ନକଲେ ଆଗାମୀ ଦିନରେ ଯେଉ ଜନ ଆନ୍ଦୋଳନ ଦୁର୍ବାର ହେବ ସେଥିରେ ସରକାର ଓ ପ୍ରଶାସନ ଦାୟୀ ହେବେ ବୋଲି ଚେତାବନୀ ଦିଆଯାଇଥିଲା l
ଟାଟା ପାୱାର ଜୁଲୁମ ଆଉ ସହି ହଉନାହିଁ ବାରମ୍ବାର ପାୱାର କଟ, ଜୋର ଜବରଦସ୍ତ ସ୍ମାର୍ଟ ମିଟର ଲଗାଇବା ଓ ବିଦ୍ୟୁତ ବିଲ ଜୋର ଜବରଦସ୍ତ ଆସୁଳି କୁ ବିରୋଧ କରାଯିବ, ଚାଷୀ ମାନଙ୍କ ଅନେକ ସମସ୍ୟା ବାବଦରେ ଆଲୋଚନା କରିବା ଶହ ସମାଧାନ ପାଇଁ କାର୍ଯ୍ୟ କରାଯିବା ନେଇ ନିଷ୍ପତି ନିଆଯାଇଥିଲା l
ବୋଲି ପ୍ରସ୍ତାବ ଗ୍ରହଣ କରାଯାଇଥିଲା l ଏହି ବୈଠକରେ ଉପ ସଭାପତି ସରୋଜ ସାହୁ, ସମ୍ପାଦକ ଗଜପତି ସାହୁ, କୋଷାଧକ୍ଷ ଆନନ୍ଦ ପଧାନ, ପ୍ରସନ୍ନ କୁମ୍ଭାର, ଜପେଶ୍ୱର ସାହୁ, ନକୁଳ ସାହୁ, ଅଗାଧୁ ସାହୁ, ମହେନ୍ଦ୍ର କୁମାର ସାହୁ, ସଞ୍ଜୟ ସାହୁ ପ୍ରମୁଖ ଯୋଗଦାନ କରି ମତବ୍ୟକ୍ତ କରିଥିଲେ l