Saturday, March 7, 2026
Homeରାଜ୍ୟଚାଷୀ ପଞ୍ଜୀକରଣରୁ ବଞ୍ଚିତ ଚାଷୀଙ୍କୁ ପୁନଃ ପଞ୍ଜୀକରଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବରଗଡ ସାଂସଦଙ୍କ ଅନୁରୋଧ...

ଚାଷୀ ପଞ୍ଜୀକରଣରୁ ବଞ୍ଚିତ ଚାଷୀଙ୍କୁ ପୁନଃ ପଞ୍ଜୀକରଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବରଗଡ ସାଂସଦଙ୍କ ଅନୁରୋଧ ।

ପଦ୍ମପୁର-ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବରଗଡ ଓ ଝାରସୁଗୁଡା ଜିଲ୍ଲାର ପ୍ରାୟ ୫ ହଜାର ଚାଷୀ ଚଳିତ ବର୍ଷ ଖରିଫ ଧାନବିକ୍ରି ପାଇଁ ସେମାନଙ୍କ ନାମ ପଞ୍ଜୀକରଣ କରିପାରି ନାହାନ୍ତି। ଧାନବିକ୍ରି ପାଇଁ ଚିନ୍ତାରେ ଥିବା ଏହି ଚାଷୀମାନଙ୍କ ନାମ କିଭଳି ପଞ୍ଜୀକରଣ କରାଯାଇପାରିବ, ସେ ଦିଗରେ ବିହିତ ବ୍ୟବସ୍ଥା କରିବାକୁ ବରଗଡ଼ ସାଂସଦ ପ୍ରଦୀପ କୁମାର ପୁରୋହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଯୋଗେ ଅନୁରୋଧ କରିଛନ୍ତି।

ସେହିଭଳି ନିକଟରେ ‘ମୋନ୍ଥା’ ବାତ୍ୟା ପ୍ରଭାବରେ ଏହି ଦୁଇ ଜିଲ୍ଲାର ଅନେକ ଚାଷୀଙ୍କ ଧାନ ଫସଲ କ୍ଷତିଗ୍ରସ୍ତ ହୋଇଥିବା ବେଳେ କ୍ଷୟକ୍ଷତି ଆକଳନ କରାଯାଇ ଚାଷୀଙ୍କୁ ସରକାରୀ ସ୍ତରରେ ଉପଯୁକ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ମଧ୍ୟ ସାଂସଦ ଶ୍ରୀ ପୁରୋହିତ ପତ୍ର ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ଅନୁରୋଧ କରିଛନ୍ତି। ଆଜି ସାଂସଦ ଏହି ମର୍ମରେ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଥିବା ସୂଚନା ମିଳିଛି।

error: Content is protected !!