ବରପାଲି – ବରପାଲି ବସଷ୍ଟାଣ୍ତରେ ଏକ ଅଭାବନିୟ ଘଟଣା ଘଟିଯାଇଛି। ଶୁକ୍ରବାର ପୁର୍ବାହ୍ନରେ ବରଗଡ ପଟକୁ ଯାଉଥିବା ଘରୋଇ ବସ ଜଗାକାଳିଆ ବରପାଲି ବସଷ୍ଟାଣ୍ତରେ ପହଞ୍ଚିଲା ପରେ ଜଣେ ଯୁବ ଯାତ୍ରୀ ସଜ୍ଞାହିନ ଅବସ୍ଥାରେ ନିଜ ସିଟରେ ଶୋଇପଡିଥିବା ଦେଖିବାକୁ ମିଳିଥିଲା। ପରେ ଯୁବକର ଅବସ୍ଥିତିକୁ ଅନୁମାନ ଲଗାଇ ସମସ୍ତ ଯାତ୍ରୀ ବସରୁ ଓହ୍ଲାଇ ଅନ୍ଯତ୍ର ପଳାଇଥିଲେ।
ପରେ ବସ ଚାଳକ ବସକୁ ସ୍ଥାନିୟ ପୋଲିସ ଥାନା ସମ୍ମୁଖରେ ପହଞ୍ଚି ଘଟଣା ସମ୍ପର୍କରେ ଅବଗତ କରିଥିଲେ। ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ସ୍ବାସ୍ଥ୍ଯ ପରିକ୍ଷା କଲାପରେ ଯୁବକକୁ ମୃତ ଘୋଷଣା କରିଥିଲେ। ପୋଲିସ ଏକ ଅପମୃତ ମାମଲା ରୁଜୁ କରିବା ସହ ଛାନଭିନ ଆରମ୍ଭ କରିଥିଲେ। ଅଜଣା ଯୁବକ ଜଣକ ଛତିଶଗଡ ବିଲାସପୁର ଅଞ୍ଚଳର ବୋଲି ଜଣାପଡିଥିଲା। କୈଣସି କାର୍ଯ୍ଯରେ ଯୁବକ ଜଣକ ବଲାଙ୍ଗିର ଜିଲ୍ଲା ତୁଷୁରା ଜାମୁଟ ଗ୍ରାମକୁ ଯାଇଥିଲେ। ଆଜି ପୂର୍ବାହ୍ନରେ ଜାମୁଟ ଠାରୁ ବସରେ ଚଢି ବରଗଡ ଅଭିମୁଖେ ବାହାରିଥିଲେ। ଅଚାନକ ଡୁଙ୍ଗୁରିପାଲି ଷ୍ଟେସନରେ ତାଙ୍କୁ ଅସୁଖ ଲାଗିବା ସହ ଛାତିରେ କଷ୍ଟ ହେଇଥିବା ସହଯାତ୍ରି ମାନଙ୍କୁ ଜଣାଇଥିଲେ।
ପରେ ବସରୁ ଓହ୍ଲାଇ ଷ୍ଟାଣ୍ତରୁ ଏକ ପାଣି ବୋତଲ ଓ ଥଣ୍ତା ବୋତଲ ଟିଏ କିଣି ପୁନଃ ବସରେ ସବାର ହୋଇଥିଲେ। ହେଲେ ବସଟି ବରପାଲି ପହଞ୍ଚିବା ପୁର୍ବରୁ ଯୁବକ ସଜ୍ଞାହିନ ଅବସ୍ଥାକୁ ପହଞ୍ଚି ଯାଇଥିଲେ। ଘଟଣା ସମ୍ପର୍କରେ ସାଧାରଣ ଭିନ୍ନଭିନ୍ନ ମତପୋଷଣ କରୁଥିବା ପୋଲିସ ଏହା ଅଶୁଂଘାତ ଜନିତ ହୃତଘାତ ହୋଇଥିବା ସନ୍ଧେହ ପ୍ରକାଶ କରିଥିଲେ।