Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଚତୁର୍ଥ ରନିଂ ଫୁଟବଲ ଉଦଘାଟନ ଉତ୍ସବରେ ଭୂମିପୂଜନ ।

ଚତୁର୍ଥ ରନିଂ ଫୁଟବଲ ଉଦଘାଟନ ଉତ୍ସବରେ ଭୂମିପୂଜନ ।

ବରପାଲି – ବରପାଲି ବ୍ଲକ ଲେଣ୍ତା ପଞ୍ଚାୟତ ହାଇସ୍କୁଲ ଖେଳ ପଡିଆରେ ଲେଣ୍ତା ରନିଂ ଫୁଟବଲ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ସ୍ଥାନିୟ କ୍ରିଡା ସଂସଦ ପକ୍ଷରୁ ଆୟୋଜିତ ସପ୍ତ ଦିବସିୟ ପ୍ରତିଯୋଗିତାର ଉଦଘାଟନୀ ଖେଳଟି ଜୁଲଟ ଓ ଜାରିଂ ଦଳ ମଧ୍ଯରେ ହୋଇଥିଲା। ମୁଖ୍ୟଅତିଥି ଭାବେ ପୁର୍ବତନ ବୟନଶିଳ୍ପ ମନ୍ର୍ତୀ ରିତା ସାହୁ ଯୋଗ ଦେଇ କାର୍ଯ୍ଯକ୍ରମକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ନିବେଦିତା ସ୍ୱାଇଁ, ପ୍ରଧାନ ଶିକ୍ଷୟିତ୍ରୀ ପଞ୍ଚାୟତ ହାଇସ୍କୁଲ, ସ୍ୱର୍ଣ୍ଣମୟୀ ଭୋଇ ସମିତିସଭ୍ୟା ଯୋଗେଶ୍ୱର ବାରିକ, ଉପାଧ୍ୟକ୍ଷ ବରପାଲି ବ୍ଲକ ସଂଗ୍ରାମ କିଶୋର ବାରିକ ବିଧାୟକ ପ୍ରତିନିଧି ପ୍ରମୁଖ ମଞ୍ଚାସିନ ହୋଇଥିଲେ।

ଖେଳ ପରିଚାଳକ ଭାବେ ଅଫିସିଆଲ : ଶ୍ରୀନିବାସ ରାଓ,ନରେଶ ପଧାନ, ସୁଶାନ୍ତ ପଧାନ ଜିତେନ୍ଦ୍ର ବିଦ୍ୟାଧର, କୃଷ୍ଣଚନ୍ଦ୍ର ବିଶ୍ୱାଲ ପ୍ରମୁଖ ପରିଚାଳନା ଦାୟିତ୍ବଭାର ତୁଳାଇଥିଲେ। ଉଦଘାଟନୀ ସଭା ସୌଭାଗ୍ଯ ରଜଂନ ବିଶ୍ବାଲଙ୍କ ସଂଯୋଜନାରେ ସଂଚାଳିତ ହୋଇଥିଲା। ଏହି ଅବସରରେ ମୂଖ୍ଯଅତିଥି ଶ୍ରୀମତି ସାହୁ ପୁର୍ବରୁ ମିଳିଥିବା ୧୦ଲକ୍ଷ ମୂଲ୍ଯ ଅଟକଳରେ ଖେଳପଡିଆର ପାଚେରି କାନ୍ଥ ନିର୍ମାଣ ଏବଂ ୬ଲକ୍ଷ ୫୦ହଜାର ଅନୁଦାନରେ ନିର୍ମାଣ ଅପେକ୍ଷାରେ ରହିଥିବା କ୍ରିଡାବିତ ମାନଙ୍କ କୋଠରୀର ଭୂମିପୁଜନ କରିଥିଲେ।

ପ୍ରତିଯୋଗିତାରେ ୮ଟି ଦଳ ଧିରପୁର, ବରଡୋଲ,ମାଲିପାଲି,କାଇଁଶିର,ଡୁମେରପାଲି,ଅଇଁଠାପାଲି,ଜୁଲଟ ଓ ଜାରିଂ ପ୍ରଭୁତି ଦଳ ମାନ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି। ଆସନ୍ତା ୮ତାରିଖ ନୁଆଁଖାଇ ଅବସରରେ ପ୍ରତିଯୋଗିତାର ଉଦଯାପନୀ ସମାରୋହ ଧୁମଧାମରେ ପାଳିତ ହେବ ବୋଲି କମିଟି ପକ୍ଷରୁ ଜଣାପଡିଥିଲା।

error: Content is protected !!