Wednesday, November 27, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଚତୁର୍ଥ ଜାତୀୟ ସମ୍ବଲପୁରୀ ସମ୍ମିଳନୀ ପାଇଁ ଇଷ୍ଟଦେବୀ ମାଁ ସମଲେଶ୍ୱରୀ ଙ୍କୁ ନିଉତା ଦେଲା ପଶ୍ଚିମାଞ୍ଚଲ...

ଚତୁର୍ଥ ଜାତୀୟ ସମ୍ବଲପୁରୀ ସମ୍ମିଳନୀ ପାଇଁ ଇଷ୍ଟଦେବୀ ମାଁ ସମଲେଶ୍ୱରୀ ଙ୍କୁ ନିଉତା ଦେଲା ପଶ୍ଚିମାଞ୍ଚଲ ଏକତା ମଞ୍ଚ ।

ସମ୍ବଲପୁର-ସମ୍ବଲପୁର ଅଞ୍ଚଳର ଅଗ୍ରଣୀ ସାମାଜିକ ସାଂସ୍କୃତିକ ସ୍ବେଛାସେବୀ ଅନୁଷ୍ଠାନ ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ ଆସନ୍ତା ଡିସେମ୍ବର ୮ ରୁ ୧୨ ତାରିଖ ଯାଏଁ ହେବାକୁ ଥିବା ଚତୁର୍ଥ ଜାତୀୟ ସମ୍ବଲପୁରୀ ସମ୍ମିଳନୀ ପାଇଁ ଆଜି ଇଷ୍ଟଦେବୀ ମାଁ ସମଲେଶ୍ୱରୀ ଙ୍କୁ ନିଉତା ପତର୍ ଦେଇ ନିମନ୍ତ୍ରଣ କରାଗଲା । ସମ୍ବଲପୁର ଜେଲ ଛକ ପାଖରେ ଥିବା ଗୁରୁଶ୍ରୀ ସତ୍ୟ ନାରାୟଣ ସମ୍ବଲପୁରୀ ଡେରା ଠାରେ ହେବ ଏହି ପାଞ୍ଚ ଦିନିଆଁ ସମ୍ବଲପୁରୀ ସମ୍ମିଳନୀ ।

୨୦୧୩ ମସିହା ରୁ ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ ସମ୍ବଲପୁରୀ ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା ର ପରିଚୟ ଗୁରୁଶ୍ରୀ ସତ୍ୟ ନାରାୟଣ ବହିଦାର ଙ୍କ ଜନ୍ମ ଦିନ ୧-ଅଗଷ୍ଟ ରେ ଆରମ୍ଭ ହୋଇଥିବା ସମ୍ବଲପୁରୀ ଦିନ ର ଅଭୁତପୂର୍ବ ସଫଳତା ପରେ ସମ୍ବଲପୁରୀ ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା କୁ ଆହୁରି ରୁଦ୍ଧିବନ୍ତ ଓ ଶାଣିତ କରିବା ପାଇଁ ୨୦୧୮ ରୁ ମଞ୍ଚ ପକ୍ଷରୁ ଏହି ଜାତୀୟ ସମ୍ବଲପୁରୀ ସମ୍ମିଳନୀ ର ଆୟୋଜନ କରାଯାଉଛି । ସମ୍ବଲପୁରୀ ନାଚ, ଗୀତ, ସଙ୍ଗୀତ, ନାଟକ, ବାନ୍ଧକଳା, ଖାଦ୍ୟପେୟ ର ଏକ ଅଭୁତପୂର୍ବ ମିଳନ ସ୍ଥଳୀ ହେବ ଜାତୀୟ ସମ୍ବଲପୁରୀ ସମ୍ମିଳନୀ ବୋଲି ମଞ୍ଚ ର ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି କହିଛନ୍ତି ।

ମଞ୍ଚର ସମ୍ବଲପୁର ଶାଖା ସଂଯୋଜକ କିଶୋର ଧରେଇ ଙ୍କ ନେତୃତ୍ୱ ରେ ହୋଇଥିବା ଆଜିର ଏହି କାର୍ଯ୍ୟକ୍ରମ ରେ ଡ଼.ଶ୍ୟାମ ସୁନ୍ଦର ଧର, ଡ଼.ସ୍ୱୟଂ ପ୍ରକାଶ ପଣ୍ଡା, ଭବାନୀ ଶଙ୍କର ଭୋଇ, ଅମିତାଭ ମାଝୀ, ରାଜେଶ ସ୍ୱାଇଁ, ସୁରେନ୍ଦ୍ର ବଗର୍ତ୍ତୀ, ରାହୁଲ ଗୁପ୍ତା, ରାଜେଶ ବେହେରା, ପଙ୍କଜିନୀ ମେହେର, କାନ୍ତି ମେହେର, ଝୁନୁ ତ୍ରିପାଠୀ, ସୁଷମା ପ୍ରଧାନ, ପଙ୍କଜିନୀ ବୈଠାରୁ, ପ୍ରଜ୍ଞା ପଣ୍ଡା, ଲଳିତା ଭୋଇ, ଜାମିନି ଠାକୁର, ଭୁମିସୁତା ମେହେର ପ୍ରମୁଖ ସାମିଲ ଥିଲେ ।

error: Content is protected !!