Saturday, November 23, 2024
spot_imgspot_imgspot_img
Homeରାଜ୍ୟଘୁନେସ ପଂଚୟତରେ ପିଡ଼ିଏସ ଦୁର୍ନୀତି:ତିନି ମାସ ହେଲା ପିଡିଏସ ଚାଉଳ ପାଇଁ ନାହାନ୍ତି ହିତାଧିକାରୀ ।

ଘୁନେସ ପଂଚୟତରେ ପିଡ଼ିଏସ ଦୁର୍ନୀତି:ତିନି ମାସ ହେଲା ପିଡିଏସ ଚାଉଳ ପାଇଁ ନାହାନ୍ତି ହିତାଧିକାରୀ ।

ତୁରେକେଲା-ଗରିବ ନିଷ୍ପେସିତ ପରିବାରଙ୍କୁ ଅନ୍ନ ଯୋଜନାରେ ସାମିଲ କରାଇ ମାସକୁ ମାସ ପି.ଡି.ଏସ ଚାଉଳ ଦେବାର ବ୍ୟବସ୍ଥା କରିଛନ୍ତି । ସରକାର ତେବେ ଉପାନ୍ତ ଦାଦନ ପ୍ରବଣ ଅଂଚଳରେ ବାସ କରୁ ଥିବା ଲୋକେ ନାହିଁ ନ ଥିବା ସମସ୍ୟା ର ସମ୍ମୁଖୀନ ହେଉଛନ୍ତି। ଯଥା ରାସ୍ତା ଘାଟ ,ଶିକ୍ଷା ,ସ୍ୱାସ୍ଥ୍ୟ ଭଳି ମୌଳିକ ସୁବିଧା ଗାଁ ଗହଳି ମାନକୁ ପହଂଚି ପାରୁନହିଁ।

ଉଭୟ ସରକାର ଜନସାଧାରଣଙ୍କ ହିତ ପାଇଁ ଯୋଜନାର ସଫଳ ରୂପାୟନ କରିବା ପାଇଁ ସଦା ସଂକଳ୍ପ ବଦ୍ଧ କିନ୍ତୁ ସ୍ଥାନୀୟ ଲୋକ ପ୍ରତିନିଧି ହୁଅନ୍ତୁ କିମ୍ବା ସ୍ଥାନୀୟ ପ୍ରଶାସନର ଅବହେଳା ପାଇଁ ଲୋକଙ୍କ ପାଖକୁ ପହଂଚି ପାରୁନହିଁ ବିଭିନ୍ନ ପ୍ରକାର ମୌଳିକ ବ୍ୟବସ୍ଥା ।

ତେବେ ଏଭଳି ଘଟିଛି ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଘୁନେସ ପଂଚାୟତ ଗଡ଼ଗଡ଼ବାହାଲ ଗାଁ ରେ। ଦୀର୍ଘ ତିନି ମାସ ଉର୍ଦ୍ଧ ହେବ ଗାଁ ଲୋକେ ପିଡିଏସ ଚାଉଳ ପାଇବାରୁ ବଞ୍ଚିତ ହୋଇଛନ୍ତି ।ପଂଚୟତ ,ବ୍ଲକକୁ ଅନେକ ଥର ଯାଇ କହିଲେ ମଧ୍ୟ କିଏ ତାଙ୍କ କଥା ଶୁଣି ବାକୁ ନାରାଜ ,ତେବେ ମାସ ମାସ ଚାଉଳ ନ ପାଇ ଗରିବ ହିତାଧିକାରୀ କେମିତି ତାଙ୍କ ପେଟ ଚଳୁଛି ତାହା ଏକ ଆଲୋଚନାର ବିଷୟ ଅଟେ ।

ଏହି ଗାଁର ଲକ୍ଷ୍ମୀ ତାଣ୍ଡି, ଉଲ୍ଲାସ କୁମ୍ଭାର, ସୁବର୍ଣି କୁମ୍ଭାର, ଟିକେମାନି କୁମ୍ଭାର, ସୁମିତ୍ରା ତାଣ୍ଡି , ଧନମତି କୁମ୍ଭାର, ଡଲେ କୁମ୍ଭାର, ପ୍ରମିଳା କୁମ୍ଭାର, ଶାନ୍ତି କୁମ୍ଭାର ,କୂନ୍ତୁଳି କୁମ୍ଭାର , ସୁରତି କୁମ୍ଭାର, ଭାନୁମତି କୁମ୍ଭାର, ହେମ କୁମ୍ଭାର , ତେବେ ଶୀଘ୍ର ଏହି ଗାଁର ଗରିବ ହିତାଧିକାରୀଙ୍କୁ ପଂଚୟତରୁ ପି ଡି ଏସ ଚାଉଳ ଯୋଗାଇବାକୁ ସାଧାରଣରେ ଦାବୀ ହେଉଛି l ଯୋଗାଣ ଅଧିକାରୀ ଅଧିକାରୀଙ୍କୁ ପଚାରିବାରୁ ସେ ବୁଝି କି ଯାହା ସମସ୍ୟା ଅଛି ତଦନ୍ତ କରି ପଦକ୍ଷେପ ନେବାକୁ କହିଛନ୍ତି ।

error: Content is protected !!