ପଦ୍ମପୁର – ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରର ଶିଶୁ ବାଟିକା ବିଭାଗର ଘର ହିଁ ବିଦ୍ୟାଳୟ ପ୍ରକଳ୍ପ ଦ୍ବିତୀୟ ପର୍ଯ୍ୟାୟ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଶ୍ବହିନ୍ଦୁ ପରିଷଦର ପଶ୍ଚିମ ପ୍ରାନ୍ତ ସମ୍ପାଦକ ଶ୍ରୀଯୁକ୍ତ ଭକ୍ତ ଚରଣ ସାହୁ ଦୀପ ପ୍ରଜ୍ବଳନ ପୂର୍ବକ ଶିଶୁର ଶାରୀରିକ, ମାନସିକ ଆବଶ୍ୟକତା ଓ ଶିଶୁ ର ଆହାର ଓ ବିହାର ଉପରେ ଆଲୋକପାତ କରିଥିଲେ। ବିଦ୍ୟାମନ୍ଦିର ପ୍ରମୁଖ ଶ୍ରୀଯୁକ୍ତ ଦେବରାଜ ଡନସନା ସ୍ଵାଗତ ଭାଷଣ, ଅତିଥି ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।

ଶିଶୁ ବାଟିକା ପ୍ରମୁଖ ସୁଜାତା ତ୍ରୀପାଠୀ ବ୍ୟବସ୍ଥା ଓ ସୂଚନା ପ୍ରଦାନ କରିଥିଲେ । ମନ୍ଦାକିନୀ ଶତପଥୀ ଗୁରୁମା କାର୍ଯ୍ୟକ୍ରମ ର ସଂଯୋଜନା କରିଥିବା ବେଳେ ସମ୍ପାଦକ ଶ୍ରୀଯୁକ୍ତ ଜନକଲାଲ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମ ରେ ୪୦ ଜଣ ଅଭିଭାବିକା ଓ ୧୭ ଜଣ ଶିଶୁ ଭାଗ ନେଇଥିବାବେଳେ ବିଭିନ୍ନ ପ୍ରାୟଗିକ କାଳାଂଶ ରେ ଯାମିନୀ ଗୁରୁମା ଓ ଶରତ ଗୁରୁଜୀ ସହଯୋଗ କରିଥିଲେ। ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

