Saturday, March 7, 2026
Homeରାଜ୍ୟଗ୍ରୀଣ୍ଡୋଲା ନବକଳେବର କର୍ତ୍ତାବରଣ ଓ ଶୁଭସ୍ଥମ୍ବ ସ୍ଥାପନ ।

ଗ୍ରୀଣ୍ଡୋଲା ନବକଳେବର କର୍ତ୍ତାବରଣ ଓ ଶୁଭସ୍ଥମ୍ବ ସ୍ଥାପନ ।

ବରପାଲି-ବରପାଲି ବ୍ଳକ ଗ୍ରିଣ୍ତୋଲା ଜଗନ୍ନାଥ ମନ୍ଦିର ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ହୋଇଯାଇଛି। ନବକଳେବର କର୍ତ୍ତା ବରଣ ଓ ଶୁଭ ସ୍ଥମ୍ବ ସ୍ଥାପନ ସମ୍ପର୍କିତ ବୈଠକ ଆୟୋଜିତ ହୋଇଥିଲା। ଏହି ଅବସରରେ ପୁର୍ବରୁ ଚତୁର୍ଦ୍ଧା ମୂର୍ତ୍ତୀ ପୁରୀ ଜଗନ୍ନାଥ ଧାମରୁ ନିତିକାନ୍ତି ପାଳନ ସହ ସୁରକ୍ଷିତ ଭାବରେ ରଖାଯାଇଥିଲା। ସେହିପରି ନୂତନ ରଥ ନିର୍ମାଣ କାମ ସମ୍ପର୍ଣ୍ଣ ହୋଇଯାଇଛି। ଏହା ସହ ମହୋତ୍ସବ ପାଳନ ଅବସରରେ ନାମ ଯଜ୍ଞ ସଂକିର୍ତ୍ତନ ଏବଂ କଂସ ଦରବାର୍ ସହିତ ପାରାୟଣ ଓ ମହିଳା ସଙ୍କୀର୍ତ୍ତନ, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ବିଶେଷ ଆକର୍ଷଣ ମିନା ବଜାର ଅନୁଷ୍ଠିତ କରାଯିବା ପାଇଁ ଧାର୍ଯ୍ଯ କରାଯାଇଥିଲା।

ଏ ମୂଖ୍ୟ ପୂଜାକର୍ତ୍ତା ଭାବରେ ଗ୍ରୀଣ୍ଡୋଲା ଗ୍ରାମର ଗୈାନ୍ତୀଆ ପ୍ରେମାନନ୍ଦ ମେହେର ଓ ଧର୍ମପତ୍ନୀ କେତକୀ ମେହେର ଏବଂ ଗୋବର୍ଦ୍ଧନ ଭୋଇ , ରକ୍ଷପାଲ ପଧାନ , ଚୈତନ୍ୟ ସାହୁ , ଉମାକାନ୍ତ ବାରିକ , ବିଶେସ୍ବର ବାରିକ , ଦୀଲିପ ମେହେର , ସୁରଥ ଭୁଏ, ନାରେନ୍ଦ୍ର ପଟେଲ , ଯଶୋବନ୍ତ ପଧାନ, ନୁତରାଜ ବାରିକ , ହଳଧର ବାରିକ ,ପ୍ରକାଶ ମଲିକ, ଭଗବାନ ପଧାନ ପ୍ରମୁଖ ସପତ୍ନୀକ ଭାବରେ କର୍ତ୍ତା ଦାୟିତ୍ୱଭାର ତୁଲାଇବା ନିମନ୍ତେ ସିଦ୍ଧାନ୍ତ ନିଆଯାଇଥିଲା। ମୂଖ୍ୟ ପୂଜକ ଶୁକଦେବ ତ୍ରିପାଠୀ , ତୁଷଚନ୍ଦ୍ର ସତପଥି, ଜୟନ୍ତ ସତପଥି ଏବଂ ଅନ୍ୟତମ ପୂରୋହିତ ଆଚାର୍ଯ୍ଯ ମାନେ ସହଯୋଗ କରିଥିଲେ। ଆଲୋଚନାରେ ଗ୍ରାମବାସୀ ଓ ବୈଷ୍ଣାବ ଧର୍ମାବଳମ୍ବି ଭକ୍ତ ମାନେ ଭାଗ ନେଇଥିଲେ।

error: Content is protected !!