Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଗ୍ରିଣ୍ତୋଲାରେ କୂରାଳ ପଞ୍ଚମୀ ଉତ୍ସବ ।

ଗ୍ରିଣ୍ତୋଲାରେ କୂରାଳ ପଞ୍ଚମୀ ଉତ୍ସବ ।

ବରପାଲି-ବରପାଲି ବ୍ଲକ ଗ୍ରୀଣ୍ଡୋଲା ଗ୍ରାମର କୁମ୍ଭାର ସମାଜ୍ ପକ୍ଷରୁ କୁରାଳ ପଞ୍ଚମୀ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ଶୁକ୍ରବାର ପୂଜାକର୍ତ୍ତା ଭାବେ ଲବ ରଣା ଏବଂ ଧର୍ମପତ୍ନୀ ରୁକ୍ମିଣୀ ରଣା କର୍ତ୍ତା ଦାୟିତ୍ଵ ବହନ କରିଥିଲେ। ପୂଜକ ଭାବରେ ଜୟନ୍ତ ସତପଥି ପୂଜାର୍ଚ୍ଚନା ଦାୟୀତ୍ବ ତୁଳାଇଥିଲେ। ପୁର୍ବାହ୍ନରେ କଳସ ଶୋଭାଯାତ୍ରା ଜୀରା ନଦୀରୁ ବାହାରି ପରିକ୍ରମା ମାଧ୍ୟମରେ ପୂଜାମଣ୍ତପ ସମ୍ମୁଖରେ ପୁର୍ଣ୍ଣକୂମ୍ଭ ମାନ ସ୍ଥାପନ କରାଯାଇଥିଲା।

ପରେ କୁମ୍ଭକାର ସମାଜ୍ ର ନିତି ନିୟମ ବିଧି ଅନୁଶାରେ ପୂଜାର୍ଚ୍ଚନା ହୋଇ ସନ୍ଧ୍ୟାରେ ପୂର୍ଣ୍ଣାହୁତି ସମ୍ପର୍ଣ୍ଣ ହୋଇଥିଲା। ଏହି ଅବସରରେ ଗ୍ରୀଣ୍ଡୋଲା ଗ୍ରାମର ଦେବରାଜ ରଣା , ଜେହେରୁ ରଣା , ବୁଧୁ ରଣା , ରାଜିନ୍ଦ୍ର ରଣା , ଦିଲିପ ରଣା , କୁଶ ରଣା , ବାବୁଲୁ ରଣା ,ମନସୀ ରଣା , ଲିଙ୍ଗରାଜ ରଣା ହରିବୋଲ ରଣା ତଥା ରଣା ସମାଜ ସହଯୋଗ କରିଥିଲେ।

error: Content is protected !!