ଝାରବନ୍ଧ – ଝାରବନ୍ଧ ବ୍ଲକ କନ୍ଦାଡ଼ଙ୍ଗର ଗ୍ରାମ ପଞ୍ଚାୟତ ସ୍ତରୀୟ ବାର୍ଷିକ କ୍ରୀଡା ଉତ୍ସବ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ସରପଞ୍ଚ ସୁନୀଲ ରାୟଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ଶୁଭମ କୁମାର ପତି ବିଇଓ ଝାରବନ୍ଧ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଏବିଇଓ ଦିବ୍ୟାକିଶୋର ପଣ୍ଡା, ଜର୍ଣ୍ଣାଲିଷ୍ଟ ଏସୋସିଏସନ ଝାରବନ୍ଧ ର ସଭାପତି ମୋତିଲାଲ ବାଗ, ସିଆରସିସି ଗୋପାଳ ଚନ୍ଦ୍ର ହରିଜନ,ବରିଷ୍ଠ ସାମ୍ବାଦିକ ରମେଶ ଚନ୍ଦ୍ର ବାରିକ, ସମାଜ ସେବି ଗୋବିନ୍ଦ ପଟେଲ ପ୍ରମୁଖ ମଂଚାସୀନ ଥିଲେ l

କନ୍ଦାଡ଼ଙ୍ଗର ଗ୍ରାମ ପଞ୍ଚାୟତ ର ଛଅ ଗୋଟି ଗ୍ରାମର ପ୍ରତ୍ୟୋକ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କୁ ନେଇ ଦୌଡ, ଲମ୍ବଡିଆଁ, ଉଚ୍ଚ ଡିଆଁ, ଗୀତ, ନୃତ୍ୟ ଇତ୍ୟାଦି କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଶିକ୍ଷକ ପ୍ରକାଶ ବାଗ ଏବଂ ମଧୁ ସୁଦନ ସାହୁ ମଞ୍ଚ ପରିଚାଳନା କରିଥିବା ବେଲେ ସମସ୍ତ କୃତି ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା l

ଝାରବନ୍ଧ ବ୍ଲକ କନ୍ଦାଡ଼ଙ୍ଗର ଗ୍ରାମ ପଞ୍ଚାୟତ ସ୍ତରୀୟ ବାର୍ଷିକ କ୍ରୀଡା ପ୍ରତିଯୋଗିତା ରେ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ବେଶ ଖୁସି ଅନୁଭବ କରୁଥିଲେ l ବାସ୍ତବ ରେ ଏପରି ପ୍ରୟାସ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ର ଉତ୍ସ ହେଉ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ l ଗ୍ରାମ ପଂଚାୟତ ର ସମସ୍ତ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ଅବିଭାବକ ବୃନ୍ଦ ଯୋଗ ଦେଇ କାର୍ଯ୍ୟକ୍ରମ ଉପସ୍ଥିତ ଥିଲେ l



