Thursday, December 12, 2024
spot_imgspot_imgspot_img
Homeରାଜ୍ୟଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ସେବାକାର୍ଯ୍ଯରେ ଦୁର୍ନିତିର ଗନ୍ଧ !

ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ସେବାକାର୍ଯ୍ଯରେ ଦୁର୍ନିତିର ଗନ୍ଧ !

ବରପାଲି-ବରପାଲି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ସେବାକ୍ଷେତ୍ରରେ ଦୁର୍ନିତି ହେଉଥିବା ଅଭିଯୋ ଗ ମାନ ହେଉଛି। ବିଗତ ଦିନରେ ଗାଇସିଲେଟ ବ୍କକରେ ଜୈନେକ ପିଡିତାଙ୍କ ନିକଟରୁ ହାତଗୁଞ୍ଜା ପାଉଣା ଆଦାୟ କରିବା ଏବଂ ପରେ ଫେରସ୍ତ କରିବା ଖବର ଅଞ୍ଚଳରେ ମୂଖ୍ୟ ଖବର ସାଜି ହଲଚଲ କରିଥିଲା। ସେହିପରି ବିଭିନ୍ନ ସମୟରେ ବିଭିନ୍ନ କେନ୍ଦ୍ର ମାନଙ୍କରେ କାର୍ଯ୍ଯରତ ସ୍ବାସ୍ଥ୍ୟକର୍ମି ମାନେ ପିଡିତା ମାନଙ୍କୁ ଭିନ୍ନଭିନ୍ନ ଆଳ ଦେଖାଇ ନିଜ ପାକେଟ ଗରମ କରୁଥିବା ଖବର ଗଣମାଧ୍ୟମ ମାନଙ୍କରେ ପ୍ରସାରଣ ଖବର ବାହାରୁଛି। ସେହିପରି ବରପାଲି ମୂଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରରେ ଡେଲିଭେରି ସେବାରେ କାର୍ଯ୍ଯରତ ମହିଳା କର୍ମି ହଜାରହଜାର ଟଙ୍କା ଦାବୀ କରିବା ସହ ଆଦାୟ ମଧ୍ୟ କରିଥିବା ଅଭିଯୋଗ ହୋଇଛି।

ଅଭିଯୋଗକାରୀ ମାନଙ୍କ କହିବାକଥା ଏହିପରି ଦୁର୍ନିତୀ ମୂଳକ କାର୍ଯ୍ଯକ୍ରମ କେନ୍ଦ୍ରରେ ନିତିଦିନ ଦେଖିବାକୁ ମିଳୁଛି। ଏହି ନିତିବିହିନ କାର୍ଯ୍ଯକଳାପକୁ ନେଇ ଅଭିଯୋଗ ମାନେ କେନ୍ଦ୍ରମୁଖ୍ୟଙ୍କ ସହ ଜିଲ୍ଲା ସ୍ବାସ୍ଥ୍ୟକେନ୍ଦ୍ର ମୁଖ୍ଯ ଅଧିକାରୀ,ଜିଲ୍ଲା ପ୍ରସାସନର ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କୌଣଷି ସୁଫଳ ନମିଳିବା ଏବଂ କାର୍ଯ୍ଯକ୍ରମ ଉପରେ ଆଙ୍କୁଶ ନଲାଗିବା ସାଧାରଣଙ୍କୁ ଆଶ୍ଚର୍ଯ୍ଯଚକିତ କରୁଛି। ଏଣୁ ଅଭିଯୋଗକାରୀ ମାନେ ଜିଲ୍ଲା ପ୍ରସାସନ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଉପୁଜୁଥିବା ସମସ୍ୟା ବିହିତ କାର୍ଯ୍ଯନୁଷ୍ଠାନ ଗ୍ରହଣ ନିମନ୍ତେ ଦାବୀ ଜଣାଇଛନ୍ତି।

error: Content is protected !!