Saturday, May 17, 2025
spot_imgspot_imgspot_img
Homeରାଜ୍ୟଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ଓ ଥାନା ପ୍ରତିଷ୍ଠା ଦାବୀ ରେ ଘେଁସ ଠାରେ ଛଅ ଘଣ୍ଟିଆ ବନ୍ଦ...

ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ଓ ଥାନା ପ୍ରତିଷ୍ଠା ଦାବୀ ରେ ଘେଁସ ଠାରେ ଛଅ ଘଣ୍ଟିଆ ବନ୍ଦ ପାଳନ ।

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଜିଲ୍ଲାପାଳଙ୍କୁ ଦେଲେ ଦାବୀପତ୍ର ।

ବରଗଡ-ଗୋଷ୍ଠି ସ୍ବାସ୍ଥ୍ଯକେନ୍ଦ୍ର ସହ ଥାନା ପ୍ରତିଷ୍ଠା ଦାବିରେ ଶୁକ୍ରବାର ଦିନ ଘେଁସ ଠାରେ ୬ ଘଣ୍ଟିଆ ବନ୍ଦ ପାଳନ ହୋଇଯାଇଛି । ବରଗଡ଼ ଜିଲ୍ଲା ଘେଁସ ସ୍ଥିତ ସରକାରୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠାର ଦୀର୍ଘ ୭୭ ବର୍ଷ ବିତିଯାଇଥିଲେ ସୁଦ୍ଧା ସ୍ବାସ୍ଥ୍ୟକେନ୍ଦ୍ର ଟି ର କୌଣସି ପ୍ରକାର ଉନ୍ନତି ହୋଇ ପାରିନାହିଁ I ଯଦ୍ଦ୍ବାରା ଅଞ୍ଚଳର ଜନସାଧାରଣ ପ୍ରାଥମିକ ସ୍ବାସ୍ଥ୍ୟସେବା ମଧ୍ଯ ଠିକ୍ ଭାବରେ ପାଇପାରୁନାହାନ୍ତି । ଚିକିତ୍ସା ପାଇଁ ବାହାରକୁ ଯାଇ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି । ଅନ୍ୟପଟେ ଘେଁସ ତଥା ଆଖପାଖ ଅଞ୍ଚଳରେ ଚୋରୀ, ଡକାୟତି, ହତ୍ଯାକାଣ୍ଡ, ମାରଣାନ୍ତକ ଆକ୍ରମଣ, ଲୁଟପାଟ ଭଳି ଅପରାଧିକ କାର୍ଯ୍ୟକଳାପ ଦିନକୁଦିନ ଦିନକୁଦିନ ବୃଦ୍ଧି ପାଉଥିବାରୁ ଏଠାରେ ଲୋକ ନିରାପଦ ଓ ସୁରକ୍ଷିତ ମନେ କରୁନାହାନ୍ତି ।

ତେବେ ଘେଁସ ସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର କୁ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ରେ ଉନ୍ନୀତ କରାଯିବା ଓ ଏଇଠି ଏକ ନୂତନ ଥାନା ପ୍ରତିଷ୍ଠା ପାଇଁ ଦୀର୍ଘ ବର୍ଷ ଠାରୁ ଅଞ୍ଚଳବାସୀ ବାରମ୍ବାର ମୁଖ୍ୟମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀ, ବିଭାଗୀୟ ଅଧିକାରୀ, ସାଂସଦ ଓ ବିଧାୟକଙ୍କ ଦ୍ବାରସ୍ଥ ହୋଇଥିଲେ ମଧ୍ଯ ଆଜିଦିନ ପର୍ଯ୍ୟନ୍ତ ସ୍ବାସ୍ଥ୍ୟକେନ୍ଦ୍ର ର ଉନ୍ନତି ହୋଇପାରିନଥିବାବେଳେ ନୂତନ ଥାନା ମଧ୍ଯ ହୋଇପାରିନାହିଁ । ଏଣୁ ଘେଁସ ଠାରେ ଏକ ଥାନା ପ୍ରତିଷ୍ଠା କରାଯିବା ସହିତ ଏଠି ରହିଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର କୁ ଗୋଷ୍ଠି ସ୍ବାସ୍ଥ୍ଯକେନ୍ଦ୍ରରେ ଉନ୍ନୀତ କରାଯିବା ସକାଶେ ସରକାରଙ୍କ ଦୃଷ୍ଟିଆକର୍ଷଣ କରିବା ନିମିତ୍ତ ଘେଁସ ଠାରେ ଶୁକ୍ରବାର ଦିନ ସକାଳ ୬ ଟା ରୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ୬ ଘଣ୍ଟିଆ ଦୋକାନ ବଜାର ବନ୍ଦ କରାଯାଇ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ପରେ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କୁ ପହଞ୍ଚି ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା ସରକାର ମୋହନଚରଣ ମାଝି, ଆଇନ ମନ୍ତ୍ରୀ , ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ଉଦ୍ଦେଶ୍ଯ ରେ ଏକ ଦାବୀପତ୍ର ପ୍ରଦାନ କରିଥିଲେ ।

ଏଥିରେ ପଦ୍ମଶ୍ରୀ ହଲଧର ନାଗ, ଘେଁସ କ୍ରିୟାନୁଷ୍ଠାନ କମିଟିର ମୁରଲିଧର ଭୋଇ, ସୁବାସ ସାହୁ, ଜଗବନ୍ଧୁ ସାହୁ, ଡୋଲାମଣି ପଟେଲ, ଘେଁସ ସରପଞ୍ଚ ଗୋକୁଳଚନ୍ଦ୍ର ଦାସ, କୁଚିପାଲି ସରପଞ୍ଚ ଏସ ପଣ୍ଡା, ବେହେରାପାଲି ସରପଞ୍ଚ ସତ୍ୟଭାମା ସାହା, କଲଙ୍ଗାପାଲି ସରପଞ୍ଚ ଆନନ୍ଦ ଜାଲ, ଝର ସରପଞ୍ଚ ଅଶୋକ କୁମାର ବାରିକ, ପେଟୁପାଲି ସରପଞ୍ଚ ପ୍ରଜ୍ଞାବାଳା ସାହୁ, ପେଟୁପାଲି ସମିତିସଭ୍ଯ କୁଞ୍ଜବିହାରୀ ପ୍ରଧାନ, ବିର୍ଜାମ ସରପଞ୍ଚ ଶ୍ରଦ୍ଧାଞ୍ଜଳୀ ସାହୁ, ବରଗଡ଼ ସଂଯୁକ୍ତ କୃଷକ ସଙ୍ଗଠନର ରମେଶ ମହାପାତ୍ର, ପ୍ରେମରାଜ ସାହୁ, ଅରକ୍ଷିତ ମହାକୁର, ପ୍ରଭାତ ସାହୁ, ସୁଶାନ୍ତ ଦିଶ୍ରୀ, ପୂର୍ଣ୍ଣଚନ୍ଦ୍ର ସାହା, ଧିରେନ୍ଦ୍ର ପଣ୍ଡା, ରଞ୍ଜନ ଦେବତା, ପ୍ରକାଶଚନ୍ଦ୍ର ତ୍ରିପାଠୀ,କମଲ ପଟେଲ, ଚୈତନ୍ଯ ବାଗ, ସଞ୍ଜୀବ ଲୁହା, ସୁନୀଲ ଭୋଇ, ବିକ୍ରମ ପଟେଲ, ନରେନ୍ଦ୍ର ସାହୁ, ଗିରିଧାରୀ ସାହୁ, ପ୍ରଭାତ ବରିହା, ପ୍ରଦୀପ ମେହେର ପ୍ରମୁଖ ଯୋଗଦେଇଥିଲେ ।

error: Content is protected !!