Saturday, March 7, 2026
Homeରାଜ୍ୟଗୋଷ୍ଠି ଶିକ୍ଷା କାର୍ଯ୍ଯାଳୟରେ କନିଷ୍ଠ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସମ୍ବର୍ଦ୍ଧନା ।

ଗୋଷ୍ଠି ଶିକ୍ଷା କାର୍ଯ୍ଯାଳୟରେ କନିଷ୍ଠ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସମ୍ବର୍ଦ୍ଧନା ।

ବରପାଲି-ବରପାଲି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ଯଳୟ ପରିସରରେ ନବ ନିଯୁକ୍ତ କନିଷ୍ଠ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଗୋଷ୍ଠି ଶିକ୍ଷା ଅଧିକାରୀ ମୁକୁନ୍ଦ ମାହାରାଙ୍କ ଅଧ୍ଯକ୍ଷତାରେ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା। ଏହି ଅବସରରେ ଅଧିକାରୀ ମାହାରା ବାବୁ ଶିକ୍ଷକତାର ନୂତନ ମାର୍ଗ ଉପରେ ଦିଗଦର୍ଶନ ଦେବା ସହ ଶୁଭେଚ୍ଛା ଜଣାଇଥିଲେ l

ମୁଖ୍ୟ ଅତିଥି ରୂପେ ଷ୍ଟେଟବ୍ଯାଙ୍କ ଶାଖା ପରିଚାଳକ ଯୋଗ ଦେଇ ଗୁରୁର ରୂପ ଗୁଣ ସହ ସମାଜ ଗଠନରେ ଭୂମିକା ବର୍ଣ୍ଣନା କରି ସମସ୍ତ ନବନିଯୁକ୍ତ ଶିକ୍ଷକ ମାନଙ୍କୁ କର୍ମମୟ ଜୀବନର ଗତିପଥ ସଫଳ ହେଉ ବୋଲି ଶୁଭେଚ୍ଛା ପ୍ରଦାନ କରିଥିଲେ l ସମ୍ମାନିତ ଅତିଥି ବି.ଆର.ଡି ମୁକୁନ୍ଦ ମେହେରଙ୍କ ସଂଯୋଜନାରେ ସଭାକାର୍ଯ୍ଯ ପରିଚାଳିତ ହୋଇଥିବା ବେଳେ ତଥା ସି ଆର ସି ସି କ୍ଷେତ୍ର ମେହେର ଧନ୍ୟବାଦ ଅର୍ପଣ କରିଥିଲେ।

ସି ଆର ସି ସି ମିଥୁନ ସାହୁ, ରବିନାରାୟଣ ମହାପାତ୍ର, ଉତ୍ତମ ଦେହୁରୀ, ବିନୟ ଭୋଇ, ଲୁ୍ପାଞ୍ଚନ ବାରିକ, ଅନିଲ ଦାସ, ନିମାଇଁ ଦାସ,ଅଶୋକ ସାହୁ, ରାଜେନ୍ଦ୍ର ମେହେର ପ୍ରମୁଖଙ୍କ ସମେତ ଅଫିସ ଷ୍ଟାଫ୍ ତୁଲାରାମ,ଦିଲ୍ଲୀପ, ସୁଶାନ୍ତ ସମସ୍ତଙ୍କ ସହଯୋଗ କରିଥିଲେ। ବି ଆର ସି ସିଦୁର୍ୟୋଧନ ସିଂ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ କନିଷ୍ଠ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।

error: Content is protected !!