ଅତାବିରା(ସୁରେନ୍ଦ୍ର କଠାର)– ଅତାବିରା ବ୍ଲକ ଅଧିନ ଗୋଡଭଗା ଗ୍ରାମରେ ନୂତନ କଲ୍ୟାଣ ନିର୍ମାଣର ଶୁଭ ଶିଲାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅତାବିରା ବିଧାୟକ ନିହାର ରଂଜନ ମହାନନ୍ଦ,ସମ୍ମାନୀତ ଅତିଥି ଭାବେ ଆତ୍ମାର ଅଧ୍ୟକ୍ଷ ମିଳନ ସେଠ ଯୋଗଦାନ କରି ନଡିଆ ପିଟି ଶିଲାନ୍ୟାସ କରିଥିଲେ । ଶିଲାନ୍ୟାସ ସମୟରେ ସତୀଶ ଦାସଙ୍କ ସମେତ ଗୋଡଭଗା ଗ୍ରାମର ବହୁ ବରିଷ୍ଠ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ । କଲ୍ୟାଣ ମଣ୍ଡପ ନିର୍ମାଣ ହେଲେ ଗ୍ରାମବାସୀ ବିଭିନ୍ନ ପ୍ରକାରର ସାମାଜିକ କାର୍ଯ୍ୟକ୍ରମ କରିବା ପାଇଁ ସୁବିଧା ହେବ ।

